ପାର୍କିଂବାଲାର ଜୁଲୁମକୁ ଜବରଦସ୍ତ ଅଦାଲତି ଛାଟ !
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
ପାର୍କିଂବାଲାର ଜୁଲୁମକୁ ଜବରଦସ୍ତ ଅଦାଲତି ଛାଟ ! ୧୨ ଟଙ୍କା ନ ଫେରାଇ, ଏବେ ଗଣିବ ୩ ଲକ୍ଷ ଫାଇନ୍। ପୁଣି ଚର୍ଚ୍ଚାରେ ସମ୍ବଲପୁର ଖାଉଟି ଅଦାଲତଙ୍କ ରାୟ ।ସମ୍ବଲପୁର ରେଳଷ୍ଟେସନରେ ଥିବା ପାର୍କିଂ ସ୍ଥଳରେ ସ୍ପଷ୍ଟ ଲେଖାଅଛି, ୧୨ରୁ ୨୪ ଘଣ୍ଟା ପାଇଁ ଦୁଇଚକିଆ ପାର୍କିଂ ଭଡ଼ା ୧୨ ଟଙ୍କା। କିନ୍ତୁ ଏହି ପାର୍କିଂ କାଉଣ୍ଟରେ ମନଇଚ୍ଛା କଟାଯାଇଥିଲା ୩୦ ଟଙ୍କିଆ ରସିଦ।