ପାର୍ବଣରେ ଚମକିଲା ସୁନା, ଜାଣନ୍ତୁ ନୂଆ ଦର ଏବେ କେତେ?

ନୂଆଦିଲ୍ଲୀ ୧୮।୧୦:  ଦେଶରେ ଏବେ ପାର୍ବଣ ଋତୁ ଚାଲିଛି। ଏଥି ଯୋଗୁ ଏବେ ସୁନା ଦର ମଧ୍ୟ ବଢିବା ଆରମ୍ଭ ହୋଇଯାଇଛି। ସୁନାର ଚାହିଦା ବଢିବା ସାଙ୍ଗକୁ ଭୂ-ରାଜନୈତିକ ଗତିବିଧି ଯୋଗୁ ସୁନା ଦର ମଧ୍ୟ ବଢୁଛି। ଶୁକ୍ରବାର ମଧ୍ୟ ଦେଶରେ ସୁନା ଓ ରୂପା ଦର ବଢିଛି। ସ୍ୱର୍ଣ୍ଣାଳଙ୍କର ବଜାର ସୁନା ଓ ରୂପାର ନୂଆ ଦର ଜାରି କରିଛନ୍ତି। ଏଥିରେ ସୁନା ଦର ନୂଆ ରେକର୍ଡ ସ୍ତରକୁ ପହଞ୍ଚିଛି। ବଜାର ବିଶେଷଜ୍ଞଙ୍କ କହିବା କଥା ହେଲା ପାର୍ବଣ ଋତୁରେ ଗ୍ରାହକଙ୍କ କିଣାକିଣି ବଢିବା ଯୋଗୁ ବଜାରରେ ମୂଲ୍ୟବାନ ଧାତୁ ଦର  ମହଙ୍ଗା ହେଉଛି। ଅଲ ଇଣ୍ଡିଆ ସର୍ରାଫା ଆସୋସିଏସନ ଅନୁସାରେ ପାର୍ବଣ ଋତୁର ମଜଭୁତ ଚାହିଦା ଯୋଗୁ ଜାତୀୟ ରାଜଧାନୀରେ ୨୪ କ୍ୟାରେଟ ସୁନା ଶୁକ୍ରବାର ୫୫୦ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ଦର ୭୯,୯୦୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି। ଏହା ପୂର୍ବରୁ ଗୁରୁବାର ଏହି ଦର ୭୯,୩୫୦ ଟଙ୍କାରେ ଶେଷ କାରବାର କରିଥିଲା। ଗତ ୩ ଦିନ ହେଲା ସୁନା ଦର ବଢିବାରେ ଲାଗିଛି। ଏହି ୩ ଦିନରେ ୧୦ ଗ୍ରାମ ପିଛା ଦର ୫୫୦ ଟଙ୍କା ବୃଦ୍ଧି ହୋଇଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଡିସେମ୍ବରରେ ଡେଲିଭରି ହେବାକୁ ଥିବା ସୁନା ୧୦ ଗ୍ରାମ ପିଛା ୭୭,୬୨୦ ଟଙ୍କାରେ କାରବାର ହେଉଥିଲା। ତେବେ ଶୁକ୍ରବାର ଦିନର କାରବାର କାଳରେ ୧୦ଗ୍ରାମ ପିଛା ଦର ୭୭,୬୬୭ ଟଙ୍କାର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ସେହି ଅନୁସାରେ ରୂପା ଦର ମଧ୍ୟ ବଢିଛି। ଶୁକ୍ରବା

ପାର୍ବଣରେ ଚମକିଲା ସୁନା, ଜାଣନ୍ତୁ ନୂଆ ଦର ଏବେ କେତେ?

ନୂଆଦିଲ୍ଲୀ ୧୮।୧୦:  ଦେଶରେ ଏବେ ପାର୍ବଣ ଋତୁ ଚାଲିଛି। ଏଥି ଯୋଗୁ ଏବେ ସୁନା ଦର ମଧ୍ୟ ବଢିବା ଆରମ୍ଭ ହୋଇଯାଇଛି। ସୁନାର ଚାହିଦା ବଢିବା ସାଙ୍ଗକୁ ଭୂ-ରାଜନୈତିକ ଗତିବିଧି ଯୋଗୁ ସୁନା ଦର ମଧ୍ୟ ବଢୁଛି। ଶୁକ୍ରବାର ମଧ୍ୟ ଦେଶରେ ସୁନା ଓ ରୂପା ଦର ବଢିଛି। ସ୍ୱର୍ଣ୍ଣାଳଙ୍କର ବଜାର ସୁନା ଓ ରୂପାର ନୂଆ ଦର ଜାରି କରିଛନ୍ତି। ଏଥିରେ ସୁନା ଦର ନୂଆ ରେକର୍ଡ ସ୍ତରକୁ ପହଞ୍ଚିଛି। ବଜାର ବିଶେଷଜ୍ଞଙ୍କ କହିବା କଥା ହେଲା ପାର୍ବଣ ଋତୁରେ ଗ୍ରାହକଙ୍କ କିଣାକିଣି ବଢିବା ଯୋଗୁ ବଜାରରେ ମୂଲ୍ୟବାନ ଧାତୁ ଦର  ମହଙ୍ଗା ହେଉଛି। 

ଅଲ ଇଣ୍ଡିଆ ସର୍ରାଫା ଆସୋସିଏସନ ଅନୁସାରେ ପାର୍ବଣ ଋତୁର ମଜଭୁତ ଚାହିଦା ଯୋଗୁ ଜାତୀୟ ରାଜଧାନୀରେ ୨୪ କ୍ୟାରେଟ ସୁନା ଶୁକ୍ରବାର ୫୫୦ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ଦର ୭୯,୯୦୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି। ଏହା ପୂର୍ବରୁ ଗୁରୁବାର ଏହି ଦର ୭୯,୩୫୦ ଟଙ୍କାରେ ଶେଷ କାରବାର କରିଥିଲା। ଗତ ୩ ଦିନ ହେଲା ସୁନା ଦର ବଢିବାରେ ଲାଗିଛି। ଏହି ୩ ଦିନରେ ୧୦ ଗ୍ରାମ ପିଛା ଦର ୫୫୦ ଟଙ୍କା ବୃଦ୍ଧି ହୋଇଛି। 

ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଡିସେମ୍ବରରେ ଡେଲିଭରି ହେବାକୁ ଥିବା ସୁନା ୧୦ ଗ୍ରାମ ପିଛା ୭୭,୬୨୦ ଟଙ୍କାରେ କାରବାର ହେଉଥିଲା। ତେବେ ଶୁକ୍ରବାର ଦିନର କାରବାର କାଳରେ ୧୦ଗ୍ରାମ ପିଛା ଦର ୭୭,୬୬୭ ଟଙ୍କାର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ସେହି ଅନୁସାରେ ରୂପା ଦର ମଧ୍ୟ ବଢିଛି। ଶୁକ୍ରବାର ରୂପା କେଜି ପିଛା ଦର ୧୦୦୦ ଟଙ୍କା ମହଙ୍ଗା ହୋଇ ୯୪,୫୦୦ ଟଙ୍କାକୁ ପହଞ୍ଚି ଯାଇଛି। ଗୁରୁବାର ଏହି ଦର ୯୩,୫୦୦ ଟଙ୍କାରେ ସ୍ଥିର ଥିଲା। 

ଏମସିଏକ୍ସରେ ଡିସେମ୍ବରରେ ଡେଲିଭରୀ ପାଇଁ ଥିବା ରୂପା ଦର ୧,୨୩୧ ଟଙ୍କା ଅର୍ଥାତ ୧.୩୪ ପ୍ରତିଶତ ମହଙ୍ଗା ହୋଇ କେଜି ପିଛା ଦର ୯୨,୯୭୫ ଟଙ୍କାକୁ ପହଞ୍ଚି ଯାଇଛି। ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ଓ ଆଗାମୀ ମାସରେ ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ଅନିଶ୍ଚିତତାରେ ସୁନା ଓ ରୂପା ଏବେ ନିବେଶକଙ୍କ ଲାଗି ସୁରକ୍ଷିତ ମନେ କରାଯାଉଛି। ଯାହାର ପ୍ରଭାବ ଏବେ ବଜାରରେ ମଧ୍ୟ ପରିଲକ୍ଷିତ ହେଉଛି।