ପାର୍ଲାମେଣ୍ଟରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ
ନାଇରୋବି,୨୬।୬ : କେନିଆରେ ଟିକସକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ହଜାର ହଜାର ବିକ୍ଷୋଭକାରୀ ପାର୍ଲାମେଣ୍ଟରେ ପ୍ରବେଶ କରିବା ସହ ଏହାର ଗୋଟିଏ ଭାଗରେ ନିଆଁ ଲଗାଇଦେଇଛନ୍ତି। ପାର୍ଲାମେଣ୍ଟରୁ ଏମ୍ପିମାନଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ ନାଇରୋବିରେ ବିକ୍ଷୋଭକାରୀମାନେ ପାର୍ଲାମେଣ୍ଟ ଅଭିମୁଖେ ଆସୁଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଗୁଳିଚାଳନା କରିଥିଲା। ବିବାଦୀୟ ଆର୍ଥତ୍କ ବିଲ୍ରେ ଥିବା ନୂଆ ଟିକସ ପ୍ରସ୍ତାବକୁ ସେମାନେ ବିରୋଧ କରିବା ସହ ଏମ୍ପିମାନେ ଏହା ବିରୋଧରେ ଭୋଟ ଦେବା ପାଇଁ ଦାବି କରିଥିଲେ। […] The post ପାର୍ଲାମେଣ୍ଟରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ appeared first on Dharitri Odia News.
ନାଇରୋବି,୨୬।୬ : କେନିଆରେ ଟିକସକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ହଜାର ହଜାର ବିକ୍ଷୋଭକାରୀ ପାର୍ଲାମେଣ୍ଟରେ ପ୍ରବେଶ କରିବା ସହ ଏହାର ଗୋଟିଏ ଭାଗରେ ନିଆଁ ଲଗାଇଦେଇଛନ୍ତି। ପାର୍ଲାମେଣ୍ଟରୁ ଏମ୍ପିମାନଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ ନାଇରୋବିରେ ବିକ୍ଷୋଭକାରୀମାନେ ପାର୍ଲାମେଣ୍ଟ ଅଭିମୁଖେ ଆସୁଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଗୁଳିଚାଳନା କରିଥିଲା।
ବିବାଦୀୟ ଆର୍ଥତ୍କ ବିଲ୍ରେ ଥିବା ନୂଆ ଟିକସ ପ୍ରସ୍ତାବକୁ ସେମାନେ ବିରୋଧ କରିବା ସହ ଏମ୍ପିମାନେ ଏହା ବିରୋଧରେ ଭୋଟ ଦେବା ପାଇଁ ଦାବି କରିଥିଲେ। ଗତ ସପ୍ତାହରେ ବିକ୍ଷୋଭ ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଆନ୍ଦୋଳନକାରୀଙ୍କୁ ପୋଲିସ ଗୁଳି କରୁଥିବାର ଭିଡିଓ କେନିଆ ମାନବାଧିକାର ଆୟୋଗ ମଙ୍ଗଳବାର ଶେୟାର କରିଛି।
The post ପାର୍ଲାମେଣ୍ଟରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ appeared first on Dharitri Odia News.