ପାର୍ସଲ ବୋମା ଘଟଣା,କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ବଲାଙ୍ଗୀର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ । ନିଜ ପକ୍ଷ ରଖିବା ପାଇଁ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ବଲାଙ୍ଗିର ଜେଲରୁ ଆଣି ଏଡ଼ିଜେ କୋର୍ଟରେ ହାଜର କରାଇଲା ପୋଲିସ । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି। ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲା ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଆଦେଶ ଦେଇଛନ୍ତି। […]

ପାର୍ସଲ ବୋମା ଘଟଣା,କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର
ପାର୍ସଲ ବୋମା ଘଟଣା,କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ବଲାଙ୍ଗୀର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ । ନିଜ ପକ୍ଷ ରଖିବା ପାଇଁ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ବଲାଙ୍ଗିର ଜେଲରୁ ଆଣି ଏଡ଼ିଜେ କୋର୍ଟରେ ହାଜର କରାଇଲା ପୋଲିସ । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି। ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲା ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଆଦେଶ ଦେଇଛନ୍ତି। ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ମହଲତି ମାଗିଥିଲେ ପୁଞ୍ଜିଲାଲ । ଫଳରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ହୋଇ ପାରିନଥିଲା । ଆଜି ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବେ ।

ସୂଚନାନୁସାରେ,ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପୁଞ୍ଜିଲାଲ ପାଟଣାଗଡ ସ୍ଥିତ ସୌମ୍ୟଶେଖର ବିବାହରେ ଉପହାର ସ୍ବରୂପ ପାର୍ସଲ ବୋମା ପଠାଇଥିଲା। ତେବେ ବିବାହ ଉତ୍ସବ ପରେ ଫେବୃଆରୀ ୨୧ ତାରିଖ ସନ୍ଧ୍ୟାରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେ ମା’ଉପହାର ସବୁକୁ ଖୋଲୁଥିବାବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ନବବିବାହିତା ସୌମ୍ୟଶେଖର ଏବଂ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହେଇ୨ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଘଟଣାର ତଦନ୍ତ କରି ଗତ ଏପ୍ରିଲ ୨୫ରେ ପୁଞ୍ଜିଲାଲକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।