ପାଲାମଣ୍ଡପ ଉନ୍ନତୀକରଣ କାମରେ ଅନିୟମିତତା
କାଏମା,୨୬।୬(ଶିବପ୍ରସାଦ ମହାନ୍ତି):: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ପାଲା ମଣ୍ଡପ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ହୋଇଛି। ଏହି କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ କାମ ବନ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, କାଏମା ବ୍ରିଜ୍ ନିକଟରେ ଏକ ପାଲା ମଣ୍ଡପ ରହିଛି। ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବାକୁ ଏଠାରେ ବର୍ଷକୁ […] The post ପାଲାମଣ୍ଡପ ଉନ୍ନତୀକରଣ କାମରେ ଅନିୟମିତତା appeared first on Dharitri Odia News.
କାଏମା,୨୬।୬(ଶିବପ୍ରସାଦ ମହାନ୍ତି):: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ପାଲା ମଣ୍ଡପ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ହୋଇଛି। ଏହି କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ କାମ ବନ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, କାଏମା ବ୍ରିଜ୍ ନିକଟରେ ଏକ ପାଲା ମଣ୍ଡପ ରହିଛି। ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବାକୁ ଏଠାରେ ବର୍ଷକୁ ଥରେ ତିନିଦିନ ଧରି ପାଲା ପରିବେଷଣ କରାଯାଏ। ପାଲା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମେ। କିନ୍ତୁ ଏହି ସ୍ଥାନଟି କେଲୁଅ ନଦୀ ବନ୍ଧ ଭିତର ପାର୍ଶ୍ୱରେ ଥିବାରୁ ବର୍ଷାଦିନେ ନଦୀରେ ପାଣି ଆସିଲେ ମଣ୍ଡପଟି ବୁଡ଼ିଯିବା ସହ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ଏହାର ସୁରକ୍ଷା ନିମନ୍ତେ ମଣ୍ତପର ଉନ୍ନତୀକରଣ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ୧୯ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ବରୀ ଅଞ୍ଚଳର ଜଣେ ଠିକାଦାର ଏହି କାମ ହାତକୁ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦ଭାଗ ଶେଷ ହୋଇଥିବାବେଳେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଏଠାରେ ନିର୍ମିତ ହୋଇଥିବା ପାଚେରି ମାସେ ନ ପୂରୁଣୁ ତାହା ଏକ ପାର୍ଶ୍ୱକୁ ଢଳେଇ ପଡ଼ିଛି।
ଉକ୍ତ ପାଚେରିରେ ଲୁହା ରଡ୍ ବ୍ୟବହାର ହୋଇ ନ ଥିବା ଦେଖିବାକୁ ମିଳିଛି। ସେହିପରି ପାଚେରିଟି ସ୍ଥାନେ ସ୍ଥାନେ ମୋଟା ଓ ପତଳା କରାଯାଇ ନିର୍ମାଣ କରାଯାଇଛି, ଯାହାକି କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ଏହି କାମର ତଦାରଖ ପାଇଁ ମଧ୍ୟ କୌଣସି ସରକାରୀ ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବାସ ସାହୁଙ୍କୁ ପଚାରିବାରେ ସେ ସୂଚନା ଫଳକ ଲାଗି ନ ଥିବା କଥାକୁ ସ୍ବୀକାର କରିବା ସହ ଛୋଟ କାମ ହୋଇଥିବାରୁ ଫଳକ ଲାଗି ନାହିଁ ବୋଲି କହିଛନ୍ତି। କାମ ମଧ୍ୟ ଠିକ୍ରେ ହୋଇନାହିଁ। ଏଥିସହିତ ଅର୍ଥ ଅଭାବରୁ ଏହାର ଉଚ୍ଚତା ବନ୍ଧ ଉଚ୍ଚ ତାଠାରୁ ୨ଫୁଟ ତଳେ ରହିବ ବୋଲି ସେ କହିଛନ୍ତି। ଏପରି କି ଯନ୍ତ୍ରୀ ନିଜେ ସେଠାକୁ ଆସନ୍ତି ନାହିଁ, ଅନ୍ୟ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ବୋଲି ମତ ରଖିଛନ୍ତି।
The post ପାଲାମଣ୍ଡପ ଉନ୍ନତୀକରଣ କାମରେ ଅନିୟମିତତା appeared first on Dharitri Odia News.