ପାହାଡ଼ ଉପରୁ ମିଳିଲା ୨ଟି ମୃତଦେହ, ପାଖରେ ପଡିଛି ଥଣ୍ଡା ପାନୀୟ ବୋତଲ
ସୋର ୨୧।୦୮ : ପାହାଡ଼ରୁ ମିଳିଲା ଦୁଇ ମୃତଦେହ । ବାଲେଶ୍ୱର ଜିଲ୍ଲା ଔପଦା ଥାନା କୁଳଢିଆ ରେଞ୍ଜ ଅଧିନ ମଙ୍ଗଳା ବନ୍ଧ ବ୍ରାହ୍ମଣ ପଲ୍ଲି ଚତିରି ପାହାଡ଼ ଉପରେ ପଡିଛି ଦୁଇଟି ମୃତଦେହ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ବୋଲି ଜଣାପଡିଛି । ଖବର ଅନୁଯାୟୀ, ବ୍ରାହ୍ମଣ ପଲ୍ଲା ଚତିରି ଠାରୁ ୧ ହଜାର ୫ ଶହ ଫୁଟ୍ ଉପରେ ଥିବା ପାହାଡ଼ ଉପରେ ଦୁଇଟି ଗଳିତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ବୋଲି ବୋଲି ଜଣାପଡିଛି । ତେବେ ମୃତଦେହ ନିକଟରେ ଥଣ୍ଡା ପାନୀୟ ବୋତଲ ଏବଂ ତାଟିଆ ପଡିଥିବାର ଦେଖିବାକୁ ମିଳିଛି । ହେଲେ ଉଭୟଙ୍କ ମୃତ୍ୟୁ କିପରି ହେଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
ସୋର ୨୧।୦୮ : ପାହାଡ଼ରୁ ମିଳିଲା ଦୁଇ ମୃତଦେହ । ବାଲେଶ୍ୱର ଜିଲ୍ଲା ଔପଦା ଥାନା କୁଳଢିଆ ରେଞ୍ଜ ଅଧିନ ମଙ୍ଗଳା ବନ୍ଧ ବ୍ରାହ୍ମଣ ପଲ୍ଲି ଚତିରି ପାହାଡ଼ ଉପରେ ପଡିଛି ଦୁଇଟି ମୃତଦେହ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବ୍ରାହ୍ମଣ ପଲ୍ଲା ଚତିରି ଠାରୁ ୧ ହଜାର ୫ ଶହ ଫୁଟ୍ ଉପରେ ଥିବା ପାହାଡ଼ ଉପରେ ଦୁଇଟି ଗଳିତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ବୋଲି ବୋଲି ଜଣାପଡିଛି । ତେବେ ମୃତଦେହ ନିକଟରେ ଥଣ୍ଡା ପାନୀୟ ବୋତଲ ଏବଂ ତାଟିଆ ପଡିଥିବାର ଦେଖିବାକୁ ମିଳିଛି । ହେଲେ ଉଭୟଙ୍କ ମୃତ୍ୟୁ କିପରି ହେଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।