ପାହାଡ଼ରୁ ମିଳିଲା ୨ ଗଳିତ ମୃତଦେହ

ଔପଦା,୨୨।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ଦେବଗିରି ପାହାଡ଼ ଶିଖରରୁ ବୁଧବାର ୨ ଆଦିବାସୀଙ୍କର ଗଳିତ ମୃତଦେହ ଜବତ ହୋଇଛି। ୮ଦିନ ହେଲା ଏମାନେ ଗ୍ରାମରୁ ନିଖୋଜ ଥିଲେ। ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ଏନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ୱୟ ହେଲେ ସୋର ଥାନା ମାଣିପୁର ପଞ୍ଚାୟତ ହଦ ଅଞ୍ଚଳର ଖୁଣ୍ଟିଆ ମାଝୀ ଓ ପାର୍ବତୀ ମୁର୍ମୁ। ଖୁଣ୍ଟିଆ ମାଝୀ […] The post ପାହାଡ଼ରୁ ମିଳିଲା ୨ ଗଳିତ ମୃତଦେହ appeared first on Dharitri Odia News.

ପାହାଡ଼ରୁ ମିଳିଲା ୨ ଗଳିତ ମୃତଦେହ

ଔପଦା,୨୨।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ଦେବଗିରି ପାହାଡ଼ ଶିଖରରୁ ବୁଧବାର ୨ ଆଦିବାସୀଙ୍କର ଗଳିତ ମୃତଦେହ ଜବତ ହୋଇଛି। ୮ଦିନ ହେଲା ଏମାନେ ଗ୍ରାମରୁ ନିଖୋଜ ଥିଲେ। ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ଏନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ୱୟ ହେଲେ ସୋର ଥାନା ମାଣିପୁର ପଞ୍ଚାୟତ ହଦ ଅଞ୍ଚଳର ଖୁଣ୍ଟିଆ ମାଝୀ ଓ ପାର୍ବତୀ ମୁର୍ମୁ।
ଖୁଣ୍ଟିଆ ମାଝୀ ପୂର୍ବରୁ ବିବାହିତ ଥିଲେ। ଗତବର୍ଷ ଅସୁସ୍ଥତା ଯୋଗୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ପାର୍ବତୀ ମୁର୍ମୁ ମଧ୍ୟ ବିବାହିତା ଥିଲେ। ତାଙ୍କ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଉଭୟ ଖୁଣ୍ଟିଆ ଓ ପାର୍ବତୀ ସ୍ବାମୀ ସ୍ତ୍ରୀ ଭଳି ଚଳୁଥିବା ଗ୍ରାମବାସୀ କହିଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ସେମାନେ ୮ଦିନ ହେଲା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ପୋଲିସକୁ ଅବଗତ କରାଇଥିଲେ। ମାତ୍ର ପୋଲିସ ତାଙ୍କ ପତ୍ତା ପାଇପାରି ନ ଥିଲା। ବୁଧବାର ଜାତପଦା ଗ୍ରାମର କେତେଜଣ ଲୋକ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଗୋଟିଏ ସ୍ଥାନରେ ୨ ଜଣଙ୍କର ମୃତଦେହ ପଡ଼ିଥିବା ଦେଖିଥିଲେ। ଏହି ଘଟଣା ଚାରିଆଡ଼େ ପ୍ରଚାରିତ ହେବା ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ମୃତଦେହ ନିକଟରେ ଏକ ବୋତଲ, ଶାର୍ଟ ଓ ଗିନା ପଡ଼ିଥିବା ଦେଖିବାକୁ ମିଳିଛି। ପାହାଡ଼ର ଉକ୍ତ ସ୍ଥାନ ଔପଦା ଓ ସୋର ଥାନାର ସୀମାରେ ଥିବାରୁ ଉଭୟ ଥାନା ମଧ୍ୟରେ ଟଣାଓଟରା ଲାଗିଥିଲା। ଶେଷରେ ଦୁଇ ପରିବାରଙ୍କ ପକ୍ଷରୁ ଔପଦା ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ପୃଥକ୍‌ ଭାବେ ୨ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୋଲିସ ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

The post ପାହାଡ଼ରୁ ମିଳିଲା ୨ ଗଳିତ ମୃତଦେହ appeared first on Dharitri Odia News.