ପାହାଡ଼ରେ ପିଟି ହେଲା ସରକାରୀ ବସ୍, ୧୫ରୁ ଅଧିକ ଆହତ
ବସ୍ଟି ବଣାଇ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ରାଜ୍ୟ ସରକାରଙ୍କ ଏକ ବସ୍ (OSRTC ବସ୍) ପାହାଡ଼ରେ ପିଟି ହେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ବସ୍ଟିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ବସ୍ଟି ପଙ୍କଡ଼ିହିରୁ ଗୁରୁଣ୍ଡିଆ ଦେଇ ବଣାଇ ଅଭିମୁଖେ ଆସୁଥିବା ବେଳେ ଘାଟିରେ ଥିବା ପାହାଡ଼ରେ ପିଟି ହୋଇଥିଲା। ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଆହତମାନଙ୍କୁ ଆମ୍ବୁଲାନ୍ସରେ ରାଉରକେଲା ପଠାଯାଉଛି। ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ ପଠାଯାଇଛି।
ରିପୋର୍ଟ- ବଣାଇରୁ ରଞ୍ଜିତ