ପିଆଜ ରପ୍ତାନିରେ ପ୍ରତିବନ୍ଧକ ବଳବତ୍ତର

ଭୁବନେଶ୍ୱର,୨୧।୨ (ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା ଖବର ପ୍ରକାଶ ପରେ ଦେଶରେ ପିଆଜ ଦର ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ମଙ୍ଗଳବାର ଜଣାପଡ଼ିଛି। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା ଖବରକୁ ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂ ଅସ୍ବୀକାର କରିଛନ୍ତି। ସେ […] The post ପିଆଜ ରପ୍ତାନିରେ ପ୍ରତିବନ୍ଧକ ବଳବତ୍ତର appeared first on Dharitri Odia News.

ପିଆଜ ରପ୍ତାନିରେ ପ୍ରତିବନ୍ଧକ ବଳବତ୍ତର

ଭୁବନେଶ୍ୱର,୨୧।୨ (ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା ଖବର ପ୍ରକାଶ ପରେ ଦେଶରେ ପିଆଜ ଦର ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ମଙ୍ଗଳବାର ଜଣାପଡ଼ିଛି। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା ଖବରକୁ ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିଛି ଏବଂ ଏହାର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସିଂ କହିଛନ୍ତି, ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇ ନାହିଁ। ଘରୋଇ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବା ହେଉଛି ସରକାରଙ୍କ ସବୁଠାରୁ ବଡ ପ୍ରାଥମିକତା ବୋଲି ସେ ଦର୍ଶାଇଛନ୍ତି। ମୂଲ୍ୟକୁ ନିୟନ୍ତ୍ରଣ କରିବା ଏବଂ ଘରୋଇ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ୨୦୨୩ରେ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ଖବର ଆସିବା ମାତ୍ରେ ହୋଲ୍‌ସେଲ ପିଆଜ ମୂଲ୍ୟ ୪୦.୬୨ ପ୍ରତିଶତ ବୃଦ୍ଧି ପାଇ ୧୯ ତାରିଖ ସୁଦ୍ଧା କୁଇଣ୍ଟାଲ ପିଛା ୧୮୦୦ଟଙ୍କା ହୋଇଥିଲା, ଯାହାକି ୧୭ ତାରିଖରେ କୁଇଣ୍ଟାଲ ପିଛା ୧୨୮୦ ଟଙ୍କା ଥିଲା। ରବି ଋତୁରେ ପିଆଜ ଉତ୍ପାଦନ ବିଶେଷ ଭାବରେ ମହାରାଷ୍ଟ୍ରରେ କମ୍‌ ଉପତ୍ାଦନ ହେତୁ ହେବ ବୋଲି ଆଶା କରାଯାଉଛି। ୨୦୨୩ ରବିଋତୁରେ ପିଆଜ ଉତ୍ପାଦନ ୨.୨୭ କୋଟି ଟନ୍‌ ବୋଲି ଆକଳନ କରାଯାଇଛି।

The post ପିଆଜ ରପ୍ତାନିରେ ପ୍ରତିବନ୍ଧକ ବଳବତ୍ତର appeared first on Dharitri Odia News.