ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା' ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ର ଅବ୍ୟବିହିତ ପୂର୍ବରୁ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଶୀର୍ଷକରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସଡବ୍ଲୁର ଲୋକସମ୍ପର୍କ, ମିଡିଆ ଏବଂ କର୍ପୋରେଟ୍ ଯୋଗାଯୋଗ ଏଜିଏମ୍, ରୁପାଲୀ କର କହିଥିଲେ ଯେ, ଜଣେ ମହିଳା ଭାବରେ ଆମ ପରବର୍ତ୍ତୀ ପିଢ଼ିକୁ ସହଯୋଗ ପ୍ରଦାନ କରି ଆମ ସହ କାମ କରୁଥିବା ଯୁବ ମହିଳା ସହକର୍ମୀଙ୍କ ସୁଖମୟ ଜୀବନ ଏବଂ ଚାପ ରହିତ ଦିନ ସୁନିଶ୍ଚିତ କରିବାକୁ ପଡିବ ଏବଂ ସେ ଯାହା କରିବାକୁ ଇଚ୍ଛା କରନ୍ତି ତାହା କରିବାକୁ ସୁଯୋଗ ଦେବାକୁ ପଡ଼ିବ। ସେ ଆହୁରି କହିଛନ୍ତି ଅଗ୍ରଣୀ କର୍ପୋରେଟ୍ ଏବଂ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସଫଳ ମହିଳାମାନଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଯୋଗାଯୋଗ କ୍ଷେତ୍ରରେ ଘଟୁଥିବା ଦ୍ରୁତ ବୈଷୟିକ ପ୍ରଗତି ସହିତ ଆଜିର ମହିଳାମାନେ ନିଜକୁ ସଶକ୍ତ କରିବା ଆବଶ୍ୟକ ।ସିଏସଏମ ଟେକ୍ନୋଲୋଜିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଲଗ୍ନା ପାଣି ଏହି ଅବସରରେ ଟେକ୍ନୋଲୋଜି ଜଗତରେ ନିଜ ଅଭିଜ୍ଞତା ବଖାଣି କହିଛନ୍ତି ଯେ କର୍ପୋରେଟ୍ ହାଉସରେ ସାଧାରଣ ଧାରଣା ହେଉଛି ଯେ ମହିଳାମାନେ ମାନବ ସମ୍ବଳ ଏବଂ ମାର୍କେଟିଂରେ ବହୁତ ବେଶ
ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ର ଅବ୍ୟବିହିତ ପୂର୍ବରୁ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଶୀର୍ଷକରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସଡବ୍ଲୁର ଲୋକସମ୍ପର୍କ, ମିଡିଆ ଏବଂ କର୍ପୋରେଟ୍ ଯୋଗାଯୋଗ ଏଜିଏମ୍, ରୁପାଲୀ କର କହିଥିଲେ ଯେ, ଜଣେ ମହିଳା ଭାବରେ ଆମ ପରବର୍ତ୍ତୀ ପିଢ଼ିକୁ ସହଯୋଗ ପ୍ରଦାନ କରି ଆମ ସହ କାମ କରୁଥିବା ଯୁବ ମହିଳା ସହକର୍ମୀଙ୍କ ସୁଖମୟ ଜୀବନ ଏବଂ ଚାପ ରହିତ ଦିନ ସୁନିଶ୍ଚିତ କରିବାକୁ ପଡିବ ଏବଂ ସେ ଯାହା କରିବାକୁ ଇଚ୍ଛା କରନ୍ତି ତାହା କରିବାକୁ ସୁଯୋଗ ଦେବାକୁ ପଡ଼ିବ। ସେ ଆହୁରି କହିଛନ୍ତି ଅଗ୍ରଣୀ କର୍ପୋରେଟ୍ ଏବଂ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସଫଳ ମହିଳାମାନଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଯୋଗାଯୋଗ କ୍ଷେତ୍ରରେ ଘଟୁଥିବା ଦ୍ରୁତ ବୈଷୟିକ ପ୍ରଗତି ସହିତ ଆଜିର ମହିଳାମାନେ ନିଜକୁ ସଶକ୍ତ କରିବା ଆବଶ୍ୟକ ।
ସିଏସଏମ ଟେକ୍ନୋଲୋଜିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଲଗ୍ନା ପାଣି ଏହି ଅବସରରେ ଟେକ୍ନୋଲୋଜି ଜଗତରେ ନିଜ ଅଭିଜ୍ଞତା ବଖାଣି କହିଛନ୍ତି ଯେ କର୍ପୋରେଟ୍ ହାଉସରେ ସାଧାରଣ ଧାରଣା ହେଉଛି ଯେ ମହିଳାମାନେ ମାନବ ସମ୍ବଳ ଏବଂ ମାର୍କେଟିଂରେ ବହୁତ ବେଶ ଭଲ କାର୍ଯ୍ୟ କରନ୍ତି । ଅତିଥି ବକ୍ତା ଭାବରେ କଳିଙ୍ଗ ହସ୍ପିଟାଲ୍ ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖାର୍ଜୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବେ ବି ଅନେକ ମାତ୍ରାରେ ପ୍ରଭାବୀ ଯୋଗାଯୋଗ ଦକ୍ଷତାର ଅଭାବ ରହିଥିବା କହିଥିଲେ।
ଏହି ଅବସରରେ ପିଆରଏସଆଇ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ଯୋଗାଯୋଗ କ୍ଷେତ୍ରରେ ପ୍ରେରଣାଦାୟୀ ମହିଳା ବିଷୟରେ ଉଲ୍ଲେଖ କରି କର୍ମକ୍ଷେତ୍ରରେ ସମାନତା ଏବଂ ଲିଙ୍ଗ ସମ୍ବେଦନଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ରାଉଣ୍ଡ ଟେବୁଲ୍ ଆଲୋଚନାରେ ଯୋଗ ଦେଇ ପିଆରଏସଆଇ ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ, ଧୂଆଁ ସଙ୍କେତରୁ କିପରି ଯୋଗାଯୋଗ ଆରମ୍ଭ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ ଏବଂ ରୋଜା ପାର୍କସଙ୍କ ଉଦାହରଣ ଦେଇଥିଲେ।
କାର୍ଯ୍ୟକ୍ରମକୁ ପିଆରଏସଆଇ ଭୁବନେଶ୍ୱର ଶାଖାର ସଦସ୍ୟ ଅମ୍ରିତା କୁଣ୍ଡୁ ସଂଯୋଜନା କରିଥିଲେ ଏବଂ ପିଆରଏସଆଇ ଭୁବନେଶ୍ୱର ଶାଖାର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପିଆରଏସଆଇ ଭୁବନେଶ୍ୱର ଶାଖାର ସଦସ୍ୟଗଣ, ସ୍ୱାସ୍ଥ୍ୟସେବା କର୍ମୀମାନେ ଏହି ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।