ପିଇଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ ମାମଲାର ଆସିଲା ବଡ଼ ରାୟ
ଭବାନୀପାଟଣା,୧୧।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରଭାଟି ପଞ୍ଚାୟତରେ ଗତ ୨୦୨୨ରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୋଗାଣ ସହାୟକଙ୍କ ସମ୍ପୃକ୍ତି ଥିବା ନେଇଁ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଜୁନାଗଡ଼ ଜେଏମଏଫସି ବିଚାରପତି ଦିପେନ୍ଦ୍ର କୁମାର ରାଠୋର ସମସ୍ତ ସାକ୍ଷ୍ୟଙ୍କୁ ଜେରା କରିଥିଲେ। ହେଲେ ସଠିକ ପ୍ରମାଣ […] The post ପିଇଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ ମାମଲାର ଆସିଲା ବଡ଼ ରାୟ appeared first on Dharitri Odia News.
ଭବାନୀପାଟଣା,୧୧।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରଭାଟି ପଞ୍ଚାୟତରେ ଗତ ୨୦୨୨ରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୋଗାଣ ସହାୟକଙ୍କ ସମ୍ପୃକ୍ତି ଥିବା ନେଇଁ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଜୁନାଗଡ଼ ଜେଏମଏଫସି ବିଚାରପତି ଦିପେନ୍ଦ୍ର କୁମାର ରାଠୋର ସମସ୍ତ ସାକ୍ଷ୍ୟଙ୍କୁ ଜେରା କରିଥିଲେ। ହେଲେ ସଠିକ ପ୍ରମାଣ ଅଭାବରୁ ବିଚାରପତି ରାଠୋର ଯୋଗାଣ ସହାୟକ ଦୁର୍ଗାଙ୍କୁ ନିର୍ଦୋଷ ରେ ଖଲାସ କରିଥିଲେ। ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଚାରଭାଟି ପଞ୍ଚାୟତରେ ଯୋଗାଣ ସହାୟକ ଭାବେ ରାଜେଶ ଦୁର୍ଗା ନିଯୁକ୍ତି ପାଇଁ କାର୍ଯ୍ୟ କରି ଆସୁଥିଲେ। ଗତ ୨୦.୫.୨୦୨୨ରେ ସ୍ଥାନୀୟ ପିଇଓ ରବି କୁମାର ନାଏକ ଯୋଗାଣ ସହାୟକ ରାଜେଶଙ୍କ ନାମରେ ଜାଲ ଦସ୍ତଖତ ରେ ଟଙ୍କା ଉଠାଣ କରିଥିବା ନେଇଁ ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ। ଯୋଗାଣ ସହାୟକ ଦୁର୍ଗା ପିଇଓ ନାଏକଙ୍କ ଅଜାଣତରେ ଚଞ୍ଚକତା କରି ସମୁଦାୟ ୩୩ ହଜାର ଟଙ୍କା ତାଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ଏପଟେ ପିଇଓ ନାଏକଙ୍କ ଏତଲା ପରେ ଜୁନାଗଡ଼ ଥାନାରେ ଏକ ମାମଲା ନଂ(୨୨୬/୨୫) ରୁଜୁ ହୋଇଥିଲା। ଏପରିକି ଏହି ଘଟଣା ପରେ କଳାହାଣ୍ଡି ଜିଲାପାଳ ଯୋଗାଣ ସହାୟକ ଦୁର୍ଗାଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରିଥିଲେ। ତେବେ ନିର୍ଦୋଷ ରେ ଖଲାସ ପରେ ଯୋଗାଣ ସହାୟକ ଦୁର୍ଗା ମୋତେ ନ୍ୟାୟ ମିଳିଛି ବୋଲି କହିଥିଲେ। ଯୋଗାଣ ସହାୟକ ଦୁର୍ଗାଙ୍କ ପକ୍ଷରୁ ଆଇନଜୀବି ଜୟଦେବ ସୁନାନୀ ମାମଲା ପରିଚାଳନା କରିଥିଲେ।
The post ପିଇଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ ମାମଲାର ଆସିଲା ବଡ଼ ରାୟ appeared first on Dharitri Odia News.