ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବଢିବ ପିଏମ କିଷାନ ହିତାଧିକାରୀଙ୍କ ସଂଖ୍ୟା। କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ଯେଉଁ ଚାଷୀମାନେ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଉଛନ୍ତି ହେଲେ ପିଏମ କିଷାନ ଟଙ୍କା ପାଉନାହାନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ପିଏମ କିଷାନ ଯୋଜନାରେ ଟଙ୍କା ଦିଆଯିବ। କାଳିଆ ଯୋଜନାରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର […]

ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ : ମୁଖ୍ୟମନ୍ତ୍ରୀ
Eligible Kalia beneficiaries to be covered under PM Kisan Yojana: Chief Minister

ଭୁବନେଶ୍ବର : ରାଜ୍ୟରେ ବଢିବ ପିଏମ କିଷାନ ହିତାଧିକାରୀଙ୍କ ସଂଖ୍ୟା। କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ଯେଉଁ ଚାଷୀମାନେ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଉଛନ୍ତି ହେଲେ ପିଏମ କିଷାନ ଟଙ୍କା ପାଉନାହାନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ପିଏମ କିଷାନ ଯୋଜନାରେ ଟଙ୍କା ଦିଆଯିବ।

କାଳିଆ ଯୋଜନାରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାକୃତିକ ଏବଂ ଜୈବିକ କୃଷିର ପ୍ରଚାର ପ୍ରସାର ପାଇଁ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବ । ସେଥିପାଇଁ ଖୁବ ଶୀଘ୍ର ତାଲିମ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସବଡିଭିଜନ ସ୍ତରରେ ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ ହେବା । ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ଉତ୍ପାଦନଠୁ ମାର୍କେଟିଙ୍ଗ ଯାଏଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାକୁ ଚୂଡ଼ାନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

GRy6rbla0AA7BLT scaled

କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ କହିଛନ୍ତି ଏହା ସହ ବିଜେପି ସଂକଳ୍ପ ପତ୍ର କୃଷିର ବିଷୟ ବିନ୍ଦୁ ଉପରେ ଆଲୋଚନା ହୋଇଛି। ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ଅନ୍ୟପଟେ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ, କୃଷି ବିଭାଗର ସଚିବ ଅରବିନ୍ଦ ପାଢ଼ୀ ଏବଂ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ କୃଷି ଭବନ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ କୃଷି ଭବନ ପରିସରରେ ବୃକ୍ଷ ରୋପଣ କରିବା ସହ କୃଷି ଭବନ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । କୃଷି ଭବନରେ ଥିବା କ୍ରପ କ୍ୟାଲେଣ୍ଡର, କଳିକା କୃଷି ଭବନ କ୍ରେଚ, କୃଷି ସହାୟତା କେନ୍ଦ୍ର ବା କଲ ସେଣ୍ଟର, ମିଲେଟ କାଫେ, ପ୍ରଦର୍ଶନୀ କକ୍ଷ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।