ପିଏମ୍‌ ଇଣ୍ଟର୍ଣ୍ଣସିପ୍‌ ଯୋଜନାରେ ହୋଇପାରେ ପରିବର୍ତ୍ତନ, ୧୮-୨୬ ବର୍ଷର ଯୁବକ ଯୁବତୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: ୫ ବର୍ଷରେ ୧ କୋଟି ଯୁବକ ଯୁବତୀଙ୍କୁ ଦେଶର ଟପ୍‌ ୫୦୦ କମ୍ପାନିରେ ଇଣ୍ଟର୍ଣ୍ଣସିପ୍‌ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ପିଏମ ଇଣ୍ଟର୍ଣ୍ଣସିପ୍‌ ଯୋଜନା । ଯୋଜନାର ପାଇଲଟ ପ୍ରୋଜେକ୍ଟରେ ୧.୨୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ୧୨ ମାସର ଇଣ୍ଟର୍ଣ୍ଣସିପ୍‌ ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ, କମ୍ପାନିମାନେ ମଧ୍ୟ ୧.୨୭ ଲକ୍ଷ ଇଣ୍ଟର୍ଣ୍ଣସିପ୍‌ ଅଫର ବାହାର କରିଥିଲେ। ଏଥିପାଇଁ ପ୍ରାୟ ୬.୨୧ ଲକ୍ଷ ଆବେଦନ ମଧ୍ୟ ହୋଇଥିଲା। ହେଲେ ଡିସେମ୍ବର ୨ରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ସାମୟିକ ଭାବରେ ସ୍ଥଗିତ କରାଯାଇଛି। ତେବେ ଏହି ଯୋଜନା କେବେ ଲଞ୍ଚ ହେବ ? ତାହାର ପରବର୍ତ୍ତୀ ଘୋଷଣାରେ ଜଣାପଡ଼ିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଅଧିକ ଆବେଦନକାରୀଙ୍କୁ ଯୋଜନାର ଅନ୍ତର୍ଭୁକ୍ତ କରିବାକୁ ଚାହୁଛନ୍ତି। ଏଥିପାଇଁ ସ୍କିମରେ କିଛିଟା ପରବର୍ତ୍ତନ କରିବାକୁ ଏହି ସାମୟିକ ସ୍ଥଗିତ ଲଗାଯାଇଛି।ସୂଚନା ଅନୁଯାୟୀ, ସରକାର ଯୋଜନାରେ ଅଧିକ ଆବେଦନକାରୀଙ୍କୁ ଯୋଡ଼ିବା ପାଇଁ ବୟସ ସୀମା ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରିବା ଉପରେ ବିଚାର କରୁଛନ୍ତି । କର୍ପୋରେଟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନାରେ ଆବେଦନ ପାଇଁ ବୟସ ସୀମା ୨୧ରୁ ୨୪ ବର୍ଷ ରହିଛି । ଯାହାକୁ ୧୮ରୁ ୨୬ ବର୍ଷ କରିବାକୁ ଯୋଜନା କରାଯାଉଛି। ସେହିଭଳି ଶିକ୍ଷାଗତ ଯୋଗ୍ୟତାରେ ମଧ୍ୟ କୋହଳ କରିବାକୁ ଯୋଜନା କରା

ପିଏମ୍‌ ଇଣ୍ଟର୍ଣ୍ଣସିପ୍‌ ଯୋଜନାରେ ହୋଇପାରେ ପରିବର୍ତ୍ତନ, ୧୮-୨୬ ବର୍ଷର ଯୁବକ ଯୁବତୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: ୫ ବର୍ଷରେ ୧ କୋଟି ଯୁବକ ଯୁବତୀଙ୍କୁ ଦେଶର ଟପ୍‌ ୫୦୦ କମ୍ପାନିରେ ଇଣ୍ଟର୍ଣ୍ଣସିପ୍‌ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ପିଏମ ଇଣ୍ଟର୍ଣ୍ଣସିପ୍‌ ଯୋଜନା । ଯୋଜନାର ପାଇଲଟ ପ୍ରୋଜେକ୍ଟରେ ୧.୨୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ୧୨ ମାସର ଇଣ୍ଟର୍ଣ୍ଣସିପ୍‌ ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ, କମ୍ପାନିମାନେ ମଧ୍ୟ ୧.୨୭ ଲକ୍ଷ ଇଣ୍ଟର୍ଣ୍ଣସିପ୍‌ ଅଫର ବାହାର କରିଥିଲେ। ଏଥିପାଇଁ ପ୍ରାୟ ୬.୨୧ ଲକ୍ଷ ଆବେଦନ ମଧ୍ୟ ହୋଇଥିଲା। ହେଲେ ଡିସେମ୍ବର ୨ରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ସାମୟିକ ଭାବରେ ସ୍ଥଗିତ କରାଯାଇଛି। 

ତେବେ ଏହି ଯୋଜନା କେବେ ଲଞ୍ଚ ହେବ ? ତାହାର ପରବର୍ତ୍ତୀ ଘୋଷଣାରେ ଜଣାପଡ଼ିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଅଧିକ ଆବେଦନକାରୀଙ୍କୁ ଯୋଜନାର ଅନ୍ତର୍ଭୁକ୍ତ କରିବାକୁ ଚାହୁଛନ୍ତି। ଏଥିପାଇଁ ସ୍କିମରେ କିଛିଟା ପରବର୍ତ୍ତନ କରିବାକୁ ଏହି ସାମୟିକ ସ୍ଥଗିତ ଲଗାଯାଇଛି।

ସୂଚନା ଅନୁଯାୟୀ, ସରକାର ଯୋଜନାରେ ଅଧିକ ଆବେଦନକାରୀଙ୍କୁ ଯୋଡ଼ିବା ପାଇଁ ବୟସ ସୀମା ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରିବା ଉପରେ ବିଚାର କରୁଛନ୍ତି । କର୍ପୋରେଟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନାରେ ଆବେଦନ ପାଇଁ ବୟସ ସୀମା ୨୧ରୁ ୨୪ ବର୍ଷ ରହିଛି । ଯାହାକୁ ୧୮ରୁ ୨୬ ବର୍ଷ କରିବାକୁ ଯୋଜନା କରାଯାଉଛି। ସେହିଭଳି ଶିକ୍ଷାଗତ ଯୋଗ୍ୟତାରେ ମଧ୍ୟ କୋହଳ କରିବାକୁ ଯୋଜନା କରାଯାଉଛି। କାରଣ ଏବେ ଇଣ୍ଟର୍ଣ୍ଣସିପ୍‌ ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା, ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ, ଆଇଟିଆଇ ସାର୍ଟିଫିକେଟ, କୌଣସି ପଲିଟେକନିକ ସଂସ୍ଥାରୁ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀର ଆବଶ୍ୟକତା ରହିଛି। 

ଟପ୍‌ ୫୦୦ କମ୍ପାନିରେ ପେଡ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ

ପିଏମ ଇଣ୍ଟର୍ଣ୍ଣସିପ୍‌ ଯୋଜନାରେ, ୫ ବର୍ଷରେ ୧ କୋଟି ଯୁବକଙ୍କୁ ଦେଶର ଟପ୍‌ ୫୦୦ କମ୍ପାନିରେ ପେଡ ଇଣ୍ଟର୍ଣ୍ଣସିପ୍‌ ଦିଆଯିବାର ଥିଲା। ଏଥିପାଇଁ ରେଜିଷ୍ଟ୍ରେସନ ନଭେମ୍ବର ୧୫ ପର୍ଯ୍ୟନ୍ତ ହୋଇଥିଲା। ପ୍ରଥମ ବ୍ୟାଚକୁ ୨୮୦ କମ୍ପାନିରେ ୧୨ ମାସର ଇଣ୍ଟର୍ଣ୍ଣସିପ୍‌ ଦିଆଯିବାର ଥିଲା।  

ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ୨ ହଜାର କୋଟ ଟଙ୍କା ଆବଣ୍ଟିତ କରାଯାଇଥିବାବେଳେ, ନଭେମ୍ବର ୨୦ ସୁଦ୍ଧା ୬.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସ୍କିମ୍‌ ପାଇଁ ଚୟନ ହୋଇଥିବା ଆଶାୟୀଙ୍କୁ ୬ ହଜାର ଟଙ୍କାର  ଏକ ନିଶ୍ଚିତ ରାଶି ଏବଂ ପ୍ରତି ମାସରେ ୪,୫୦୦ ଟଙ୍କାର ମାସିକ ଷ୍ଟାଇପେଣ୍ଡ ୧୨ ମାସ ପର୍ଯ୍ୟନ୍ତ ମିଳିବ। ଏହା ବାଦ କମ୍ପାନିମାନେ ମଧ୍ୟ ପ୍ରତି ଆଶାୟୀଙ୍କୁ ପ୍ରତି ମାସରେ ଅତିରିକ୍ତ ୫୦୦ ଟଙ୍କାର ଷ୍ଟାଇପେଣ୍ଡ ଦେବା ନେଇ ଲକ୍ଷ୍ୟ ରହିଛି।