ପିଏମ୍ କିଶାନ ଯୋଜନାରେ ଗଞ୍ଜାମର ୨.୬୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ହଜାର ଟଙ୍କା
ଛତ୍ରପୁର, ୧୮।୬(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ )- ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ ସମ୍ବନ୍ଧୀୟ ଫାଇଲରେ ଦସ୍ତଖତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ସହ କୃଷି ସଖୀ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଯାଇଛି […] The post ପିଏମ୍ କିଶାନ ଯୋଜନାରେ ଗଞ୍ଜାମର ୨.୬୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ହଜାର ଟଙ୍କା appeared first on Dharitri Odia News.
ଛତ୍ରପୁର, ୧୮।୬(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ )- ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ ସମ୍ବନ୍ଧୀୟ ଫାଇଲରେ ଦସ୍ତଖତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ସହ କୃଷି ସଖୀ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଯାଇଛି ।
ଏହି ଯୋଜନାରେ ଚାଷୀମାନେ ବର୍ଷକୁ ୬ ହଜାର ଟଙ୍କା ପାଇବେ। ଏହା ତିନୋଟି କିସ୍ତିରେ ମିଳିବ । ଏହି ଅବସରରେ ରାଜ୍ୟର ବିଭିନ୍ନ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଖୁସି ହେଲେ କୃଷକ … ରାଷ୍ଟ୍ର ହେବ ଉନ୍ନତ ଉଦେଶ୍ୟ ନେଇ ବାରଣାସୀଠାରୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ଦିବସକୁ ପିଏମ୍ କିଷାନ ଉତ୍ସବ ଭାବେ ପାଳନ ସହକାରେ ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ସିଧା ପ୍ରସାରଣ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବାଣିଜ୍ୟ , ପରିବହନ ,ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୁଷଣ ଜେନା ଯୋଗଦେଇ ଏହି ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସେ କହିଥିଲେ । ଗଞ୍ଜାମ ଜିଲାରେ ଜଳସେଚନ ସୁବିଧା ନ ଥିବାରୁ ଅଧା ଚାଷ ଜମିରେ ଚାଷ ହୋଇପାରୁ ନାହିଁ । ଏହାର ସମାଧାନ ଦିଗରେ ଆମ ସରକାର କାର୍ଯ୍ୟ କରିବ ବୋଲି ମଧ୍ୟ ସେ କହିଥିଲେ ।
ଗଞ୍ଜାମ ଜିଲାରେ ୨ଲକ୍ଷ ୬୦ହଜାର ୧୧୦ ଜଣ ଚାଷୀଙ୍କ ଖାତାକୁ ଏହି ଟଙ୍କା ଯାଇଥିବା କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ.ଅନିଲ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଗଞ୍ଜାମ ଜିଲାପରିଷଦର ସିଡିଓ ମଧୁମିତା, ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ସୁଧାଂଶୁ କୁମାର ନନ୍ଦଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଉଦ୍ୟାନ ବିଭାଗର ଉପନିର୍ଦେଶକ କନ୍ଧ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲାର ବହୁ କୃଷକ ଉପସ୍ଥିତ ଥିଲେ ।
The post ପିଏମ୍ କିଶାନ ଯୋଜନାରେ ଗଞ୍ଜାମର ୨.୬୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ହଜାର ଟଙ୍କା appeared first on Dharitri Odia News.