ପିଏମ୍‌ଏଲ୍-ଏନ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶେହେୱାଜ ସରିଫ: ନୱାଜଙ୍କ ପଥ ପରିଷ୍କାର

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ସୋମବାର ନିଜ ଦଳ ପାକିସ୍ତାନ ମୁସ୍‌ଲିମ ଲିଗ୍ ନୱାଜ(ପିଏମ୍‌ଏଲ୍-ଏନ୍‌)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ବଡ଼ ଭାଇଙ୍କର ତାଙ୍କ ସ୍ଥାନ ଅଧିକାର କରିବାର ସମୟ ଆସିଛି ଯାଇଛି ବୋଲି ଶେହେୱାଜ କହିଛନ୍ତି। ତାଙ୍କ ଜାଗାରେ ତାଙ୍କ ବଡ଼ ଭାଇ ନୱାଜ ସରିଫ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିରେ ନୱାଜ ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପଥର ପରିଷ୍କାର ହୋଇଛି। ପିଏମ୍‌ଏଲ୍-ଏନ୍‌ର ସାଧାରଣ ସମ୍ପାଦକ ମରିୟମ ଔରଙ୍ଗଜେବଙ୍କୁ ଦେଇଥିବା ନିଜ ଇସ୍ତଫାପତ୍ରରେ ଶେହବାଜ ୨୦୧୭ରେ ନୱାଜ ସରିଫଙ୍କ ପ୍ରତି ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ସେତେବେଳେ ନୱାଜଙ୍କୁ ଅନ୍ୟାୟପୂର୍ଣ୍ଣ ଭାବରେ ଦଳରୁ ହଟାଇବା ସହ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ସମୟରେ ତାଙ୍କ ବଡ଼ ଭାଇ ତାଙ୍କୁ ଦଳର ଦାୟିତ୍ୱ ଦେଇ କର୍ତ୍ତବ୍ୟ ପାଳନ ପାଇଁ କହିିଥିଲେ। ଆଉ ସେ ତାଙ୍କ ଦାୟିତ୍ୱ ଠିକ୍ ଭାବରେ ପାଳନ କରିଛନ୍ତି। ଏବେ ତାଙ୍କ ବଡ଼ ଭାଇଙ୍କର ତାଙ୍କ ସ୍ଥାନ ଅଧିକାର କରିବାର ସମୟ ଆସିଯାଇଛି ବୋଲି ଶେହେବାଜ କହିଛନ୍ତି। ପିଏମ୍‌ଏଲ୍-ଏନ୍‌ର ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରୁ ଦଳ ମେ ୨୮ ତାରିଖ ଲାହୋରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଏହି ବୈଠକରେ ଦଳର ନୂଆ ଅଧ୍ୟକ୍ଷ ଚୟନ କରାଯିବ। ଏହା ପୂର୍ବରୁ ମେ ୧୧ ତାରିଖରେ ଦଳ ଜେନେ

ପିଏମ୍‌ଏଲ୍-ଏନ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶେହେୱାଜ ସରିଫ: ନୱାଜଙ୍କ ପଥ ପରିଷ୍କାର

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ସୋମବାର ନିଜ ଦଳ ପାକିସ୍ତାନ ମୁସ୍‌ଲିମ ଲିଗ୍ ନୱାଜ(ପିଏମ୍‌ଏଲ୍-ଏନ୍‌)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ବଡ଼ ଭାଇଙ୍କର ତାଙ୍କ ସ୍ଥାନ ଅଧିକାର କରିବାର ସମୟ ଆସିଛି ଯାଇଛି ବୋଲି ଶେହେୱାଜ କହିଛନ୍ତି। ତାଙ୍କ ଜାଗାରେ ତାଙ୍କ ବଡ଼ ଭାଇ ନୱାଜ ସରିଫ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିରେ ନୱାଜ ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପଥର ପରିଷ୍କାର ହୋଇଛି। 

ପିଏମ୍‌ଏଲ୍-ଏନ୍‌ର ସାଧାରଣ ସମ୍ପାଦକ ମରିୟମ ଔରଙ୍ଗଜେବଙ୍କୁ ଦେଇଥିବା ନିଜ ଇସ୍ତଫାପତ୍ରରେ ଶେହବାଜ ୨୦୧୭ରେ ନୱାଜ ସରିଫଙ୍କ ପ୍ରତି ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ସେତେବେଳେ ନୱାଜଙ୍କୁ ଅନ୍ୟାୟପୂର୍ଣ୍ଣ ଭାବରେ ଦଳରୁ ହଟାଇବା ସହ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ସମୟରେ ତାଙ୍କ ବଡ଼ ଭାଇ ତାଙ୍କୁ ଦଳର ଦାୟିତ୍ୱ ଦେଇ କର୍ତ୍ତବ୍ୟ ପାଳନ ପାଇଁ କହିିଥିଲେ। ଆଉ ସେ ତାଙ୍କ ଦାୟିତ୍ୱ ଠିକ୍ ଭାବରେ ପାଳନ କରିଛନ୍ତି। ଏବେ ତାଙ୍କ ବଡ଼ ଭାଇଙ୍କର ତାଙ୍କ ସ୍ଥାନ ଅଧିକାର କରିବାର ସମୟ ଆସିଯାଇଛି ବୋଲି ଶେହେବାଜ କହିଛନ୍ତି। 

ପିଏମ୍‌ଏଲ୍-ଏନ୍‌ର ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରୁ ଦଳ ମେ ୨୮ ତାରିଖ ଲାହୋରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଏହି ବୈଠକରେ ଦଳର ନୂଆ ଅଧ୍ୟକ୍ଷ ଚୟନ କରାଯିବ। ଏହା ପୂର୍ବରୁ ମେ ୧୧ ତାରିଖରେ ଦଳ ଜେନେରାଲ୍ କାଉନସିଲ୍ ମିଟିଂ କରିବ ବୋଲି ଘୋଷଣା କରିଥିଲେ। ତେବେ ୨୮ ତାରିଖ ବୈଠକରେ ନୱାଜ ସରିଫଳ ପିଏମ୍‌ଏଲ୍-ଏନ୍‌ର ଅଧ୍ୟକ୍ଷ ନିଯୁକ୍ତ ହେବେ। ଏବଂ ସେ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।