ପିକଅପ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ଟାୟାର ଜାଳି ରାସ୍ତାରୋକୋ

ଜଳେଶ୍ୱର,୨।୨(ନବୀନ ସାହୁ): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଜଳେଶ୍ବର- ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର କଣ୍ଠାଳିଆ ଛକ ନିକଟରେ ଶୁକ୍ରବାର ଏକ ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ କମର୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ୫ଜଣଙ୍କୁ ଅଟକ ରଖି ପଚାରଉଚରା କରୁଛି। ମିଳିଥିବା […] The post ପିକଅପ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ଟାୟାର ଜାଳି ରାସ୍ତାରୋକୋ appeared first on Dharitri Odia News.

ପିକଅପ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ଟାୟାର ଜାଳି ରାସ୍ତାରୋକୋ

ଜଳେଶ୍ୱର,୨।୨(ନବୀନ ସାହୁ): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଜଳେଶ୍ବର- ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର କଣ୍ଠାଳିଆ ଛକ ନିକଟରେ ଶୁକ୍ରବାର ଏକ ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ କମର୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ୫ଜଣଙ୍କୁ ଅଟକ ରଖି ପଚାରଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ଭୋଗରାଇ ବ୍ଲକ ନହରା ଗ୍ରାମର ଖଗେନ୍ଦ୍ର ଭୂୟାଁ(୫୯)ବିଲରୁ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ୱର ପଟୁ ଜଳେଶ୍ୱର ଅଭିମୁଖେ ଶ୍ରମିକ ନେଇ ଯାଉଥିବା ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଖଗେନ୍ଦ୍ରଙ୍କୁ କଣ୍ଠଳିଆ ଛକ ନିକଟରେ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଖଗେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂଣର ଦାବିରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। କମର୍ଦ୍ଦା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

The post ପିକଅପ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ଟାୟାର ଜାଳି ରାସ୍ତାରୋକୋ appeared first on Dharitri Odia News.