ପିଡିଆ ଜଙ୍ଗଲରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ଦୁଇ ନକ୍ସଲ
ମାଲକାନଗିରି ୨୪/୦୩: ମାଲକାନଗିରିର ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ପିଡିଆ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗତକାଲି ଏନକାଉଣ୍ଟର ହୋଇଥିବା ବେଳେ ଯବାନଙ୍କ ଗୁଳିରେ ଦୁଇ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବିଜାପୁର ଏବଂ ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଧରଣର ଅପରେସନ ଆରମ୍ଭ ହୋଇଛି । ବିଜାପୁର, ଦନ୍ତେୱାଡା ଏବଂ ସୁକମାର ଏସପି ଏହି ନକ୍ସଲ ବିରୋଧୀ ଅପରେସନ ଉପରେ ନଜର ରଖିଛନ୍ତି । ଏହି ଅପରେସନରେ ଡିଆରଜି, ବସ୍ତର ଫାଇଟର୍ସ ଏବଂ କୋବ୍ରା ବାହିନୀର ଯବାନ ସାମିଲ ହୋଇଛନ୍ତି । ଅନ୍ୟ ପଟେ ବସ୍ତର ଫାଇଟର୍ସ ଦୁଇ ଜଣ ଯବାନ ନକ୍ସଲ ବିରୋଧୀ ଅପରେସନରେ ଯାଉଥିବା ବେଳେ ଆଇଇଡି ବିସ୍ଫୋରଣରେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଛତିଶଗଡରେ ନିର୍ବାଚନ ପୁର୍ବରୁ ନକ୍ସଲ ପନ୍ଥିଙ୍କୁ ଦମନ କରିବା ଲାଗି ଜବାନଙ୍କ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଛି ।
ମାଲକାନଗିରି ୨୪/୦୩: ମାଲକାନଗିରିର ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ପିଡିଆ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗତକାଲି ଏନକାଉଣ୍ଟର ହୋଇଥିବା ବେଳେ ଯବାନଙ୍କ ଗୁଳିରେ ଦୁଇ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ବିଜାପୁର ଏବଂ ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଧରଣର ଅପରେସନ ଆରମ୍ଭ ହୋଇଛି । ବିଜାପୁର, ଦନ୍ତେୱାଡା ଏବଂ ସୁକମାର ଏସପି ଏହି ନକ୍ସଲ ବିରୋଧୀ ଅପରେସନ ଉପରେ ନଜର ରଖିଛନ୍ତି । ଏହି ଅପରେସନରେ ଡିଆରଜି, ବସ୍ତର ଫାଇଟର୍ସ ଏବଂ କୋବ୍ରା ବାହିନୀର ଯବାନ ସାମିଲ ହୋଇଛନ୍ତି ।
ଅନ୍ୟ ପଟେ ବସ୍ତର ଫାଇଟର୍ସ ଦୁଇ ଜଣ ଯବାନ ନକ୍ସଲ ବିରୋଧୀ ଅପରେସନରେ ଯାଉଥିବା ବେଳେ ଆଇଇଡି ବିସ୍ଫୋରଣରେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଛତିଶଗଡରେ ନିର୍ବାଚନ ପୁର୍ବରୁ ନକ୍ସଲ ପନ୍ଥିଙ୍କୁ ଦମନ କରିବା ଲାଗି ଜବାନଙ୍କ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଛି ।