ପିଡିପି ସହ ମେଣ୍ଟ କରିବ ଏନ୍‌ସି

ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀରରେ ଭୋଟଗଣତି ପୂର୍ବରୁ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି। ଏପରିକି ଏନ୍‌ସି-କଂଗ୍ରେସ ମେଣ୍ଟ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ସମର୍ଥନ ଆବଶ୍ୟକ କରୁ ନ ଥିଲେ ମଧ୍ୟ ଉକ୍ତ ଦଳକୁ ସାଙ୍ଗରେ ନେବାକୁ ହେବ। ଆମକୁ ଆଗକୁ ବଢ଼ିବାକୁ ହେଲେ ଏକାଠି ଯିବାକୁ ପଡ଼ିବ। ଜମ୍ମୁ-କଶ୍ମୀରର ସୁରକ୍ଷା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ କହିଛନ୍ତି। କଶ୍ମୀରରେ ଶିକ୍ଷିତ […] The post ପିଡିପି ସହ ମେଣ୍ଟ କରିବ ଏନ୍‌ସି appeared first on Dharitri Odia News.

ପିଡିପି ସହ ମେଣ୍ଟ କରିବ ଏନ୍‌ସି

ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀରରେ ଭୋଟଗଣତି ପୂର୍ବରୁ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି। ଏପରିକି ଏନ୍‌ସି-କଂଗ୍ରେସ ମେଣ୍ଟ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ସମର୍ଥନ ଆବଶ୍ୟକ କରୁ ନ ଥିଲେ ମଧ୍ୟ ଉକ୍ତ ଦଳକୁ ସାଙ୍ଗରେ ନେବାକୁ ହେବ। ଆମକୁ ଆଗକୁ ବଢ଼ିବାକୁ ହେଲେ ଏକାଠି ଯିବାକୁ ପଡ଼ିବ। ଜମ୍ମୁ-କଶ୍ମୀରର ସୁରକ୍ଷା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ କହିଛନ୍ତି। କଶ୍ମୀରରେ ଶିକ୍ଷିତ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ନାହିଁ, ଦରଦାମ ଆକାଶଛୁଆଁ ହୋଇଛି। ଏଠାରେ ନିଶା ଚୋରା କାରବାର ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଏସବୁ ସମସ୍ୟାର ସମାଧାନ ଆବଶ୍ୟକ। ପିଡିପି ଅଧ୍ୟକ୍ଷ ମେହବୁବା ମୁଫ୍‌ତି ଏନ୍‌ସିକୁ ତାଙ୍କ ଦଳର ସମର୍ଥନ ପ୍ରସ୍ତାବ ଦେଇଥିବାରୁ ଫାରୁକ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜମ୍ମୁ-କଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଫେରିବ ବୋଲି ସେ ଆଶାବାଦୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର କୌଣସି ଲାଳସା ନାହିଁ। ସେହିପରି ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନକୁ ନେଇ ସେ ଚିନ୍ତିତ ନୁହନ୍ତି ବୋଲି ଫାରୁକ୍‌ କହିଛନ୍ତି।

The post ପିଡିପି ସହ ମେଣ୍ଟ କରିବ ଏନ୍‌ସି appeared first on Dharitri Odia News.