ପିପଲପଙ୍କା ଡ୍ୟାମ ପ୍ରକଳ୍ପ ପ୍ରତ୍ୟାହାର ଦାବି
ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ବିଞ୍ଚଣା ପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀରେ ବିଶ୍ୱ ପରିବେଶ ଦିବସ ଅବସରରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ଅଞ୍ଚଳବାସୀ ଏକାଠି ହୋଇ ନଦୀ ପ୍ରତି ଦେଖାଦେଇଥିବା ବିପତ୍ତିକୁ ଅଟକାଇବା ପାଇଁ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି । ନଦୀରୁ ଅତ୍ୟଧିକ ବାଲି ଚୋରା ଚାଲାଣ ଚାଲିଛି ଯାହା ନଦୀର କ୍ଷତି ଘଟାଉଛି । ସରକାର ନଦୀର ସୁରକ୍ଷା […]

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ବିଞ୍ଚଣା ପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀରେ ବିଶ୍ୱ ପରିବେଶ ଦିବସ ଅବସରରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ଅଞ୍ଚଳବାସୀ ଏକାଠି ହୋଇ ନଦୀ ପ୍ରତି ଦେଖାଦେଇଥିବା ବିପତ୍ତିକୁ ଅଟକାଇବା ପାଇଁ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି । ନଦୀରୁ ଅତ୍ୟଧିକ ବାଲି ଚୋରା ଚାଲାଣ ଚାଲିଛି ଯାହା ନଦୀର କ୍ଷତି ଘଟାଉଛି । ସରକାର ନଦୀର ସୁରକ୍ଷା ପାଇଁ ପିପଲପଙ୍କା ପ୍ରକଳ୍ପ ପ୍ରତ୍ୟାହାର କରିବାକୁ ସତ୍ୟାଗ୍ରହରେ ଯୋଗ ଦେଇଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବିଶ୍ଵାଳ, ଋଷିକୁଲ୍ୟ ବଞ୍ଚାଅ ଏକ୍ସନ୍ କମିଟି ଅଧ୍ୟକ୍ଷ ସୁଧୀର ରାଉତ, ବରିଷ୍ଠ ସମ୍ବlଦିକ ରବି ରଥ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, କୃଷକ ନେତା ଭାଲଚନ୍ଦ୍ର ଷଡଙ୍ଗୀ, ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, ହେତୁବାଦୀ ଇଟିରାଓ, ପ୍ରମୁଖ ବ୍ୟକ୍ତିମାନେ ଦାବି କରିଛନ୍ତି। ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମଞ୍ଚଳ ନାହାକ ସତ୍ୟାଗ୍ରହ କାର୍ଯକ୍ରମକୁ ସଂଯୋଜନା କରିଥିଲେ। ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।