ପିପିଲିରେ ହେମାମାଳିନୀଙ୍କ ବିଶାଳ ରୋଡ୍‌‌ ଶୋ, ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଲା ପିପିଲି ବଜାର

ପିପିଲି:ବିଜେପି ସାଂସଦ ତଥା ସୁନାମଧନ୍ୟ ବଲିଉଡ୍‌‌ ଅଭିନେତ୍ରୀ ଡ୍ରିମ୍‌‌ଗାର୍ଲ ହେମାମାଳିନୀ ଶୁକ୍ରବାର ଅପରାହ୍ନରେ ପିପିଲିରେ ବିଶାଳ ରୋଡ୍‌‌ଶୋ ମାଧ୍ୟମରେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ଼ଃ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍‌‌ ପ୍ରଚାର କରିଛନ୍ତି। ଅପରାହ୍ନ ସାଢେ ୫ଟା ସମୟରେ ଏକ ଖୋଲା ପ୍ରଚାର ଗାଡିରେ ଡ଼ଃ ସମ୍ବିତ ପାତ୍ର ଓ ଆଶ୍ରିତ ପଟ୍ଟନାୟକଙ୍କ ସହ ହେମାମାଳିନୀ ପିପିଲି ଟୋଲ୍‌‌ ପ୍ଲାଜା ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି […]

ପିପିଲିରେ ହେମାମାଳିନୀଙ୍କ ବିଶାଳ ରୋଡ୍‌‌ ଶୋ, ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପିଲା ପିପିଲି ବଜାର

ପିପିଲି:ବିଜେପି ସାଂସଦ ତଥା ସୁନାମଧନ୍ୟ ବଲିଉଡ୍‌‌ ଅଭିନେତ୍ରୀ ଡ୍ରିମ୍‌‌ଗାର୍ଲ ହେମାମାଳିନୀ ଶୁକ୍ରବାର ଅପରାହ୍ନରେ ପିପିଲିରେ ବିଶାଳ ରୋଡ୍‌‌ଶୋ ମାଧ୍ୟମରେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ଼ଃ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍‌‌ ପ୍ରଚାର କରିଛନ୍ତି।

ଅପରାହ୍ନ ସାଢେ ୫ଟା ସମୟରେ ଏକ ଖୋଲା ପ୍ରଚାର ଗାଡିରେ ଡ଼ଃ ସମ୍ବିତ ପାତ୍ର ଓ ଆଶ୍ରିତ ପଟ୍ଟନାୟକଙ୍କ ସହ ହେମାମାଳିନୀ ପିପିଲି ଟୋଲ୍‌‌ ପ୍ଲାଜା ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଚାନ୍ଦୁଆ ବଜାର ଦେଇ ହାଟଛକ ପର୍ଯ୍ୟନ୍ତ ଯାଇଥିଲେ। ଏକ ହଜାରରୁ ଉର୍ଦ୍ଧ ମହିଳା କର୍ମୀମାନେ ହାତରେ ଦଳୀୟ ପତାକା ଓ ପ୍ରଚାର କାର୍ଡ ଧରି ଶୋଭାଯାତ୍ରା ଆଗରେ ଚାଲି ଚାଲି ଯାଇଥିବା ବେଳେ ୧୦ ହଜାରରୁ ଉର୍ଦ୍ଧ କର୍ମୀ ଓ ସମର୍ଥକମାନେ ବାଇକ୍‌‌ରେ ଶୋଭାଯାତ୍ରାରେ ଯାଇଥିଲେ।

ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହେମାମାଳିନୀ ହାତ ହଲାଇ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରାରେ ପାରମ୍ପରିକ କଳଘୋଡା, ଚଇତି ଘୋଡା, ଘଣ୍ଟ, ମୃଦଙ୍ଗ, ଢୋଲ ବାଦ୍ୟ ସମେତ ଓଡିଶୀ ନୃତ୍ୟରେ ପିପିଲି ବଜାର କମ୍ପି ଉଠିଥିଲା। ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିଲା ଏହି ବିଶାଳ ରୋଡ୍‌‌ଶୋ।

ରାଜ୍ୟର ୨୪ବର୍ଷର ସରକାରକୁ ପରିବର୍ତ୍ତନ କରିବାର ସମୟ ଆସିଛି ଏବଂ ବିଜେପି ପ୍ରତି ଜନତାଙ୍କ ଆନ୍ତରିକତା, ଆତ୍ମୀୟତା, ଶ୍ରଦ୍ଧା ଆଉ ଭଲ ପାଇବା ରହିଥିବାର ଏହି ଶୋଭାଯାତ୍ରାରୁ ବାରି ହୋଇପଡ଼ୁଛି ବୋଲି ହେମାମାଳିନୀ କହିଥିଲେ। ରାଜ୍ୟର ବିକାଶ ପାଇଁ ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।