ପିପିଳିଆରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପିପିଳିଆ ଧନ୍ଦାମୂଳକ ବିଦ୍ୟାଳୟରେ ଇକୋ କ୍ଲବ ଓ ଏନଏସଏସର ମିଳିତ ସହଯୋଗରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ଵାଇଁ ଯୋଗଦେଇ ପ୍ରାରମ୍ଭରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିଭଳି କୁପ୍ରଭାବ ପକାଉଛି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଇକୋ କ୍ଲବର କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପକ ସତ୍ୟାନନ୍ଦ ପଣ୍ଡା ପ୍ଲାଷ୍ଟିକ  ଓ ପଲିଥିନ ବ୍ୟବହାର […]

ପିପିଳିଆରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପିପିଳିଆ ଧନ୍ଦାମୂଳକ ବିଦ୍ୟାଳୟରେ ଇକୋ କ୍ଲବ ଓ ଏନଏସଏସର ମିଳିତ ସହଯୋଗରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ଵାଇଁ ଯୋଗଦେଇ ପ୍ରାରମ୍ଭରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିଭଳି କୁପ୍ରଭାବ ପକାଉଛି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଇକୋ କ୍ଲବର କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପକ ସତ୍ୟାନନ୍ଦ ପଣ୍ଡା ପ୍ଲାଷ୍ଟିକ  ଓ ପଲିଥିନ ବ୍ୟବହାର ଫଳରେ ସୃଷ୍ଟି ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ହେମନ୍ତ କୁମାର ମିଶ୍ର, ପ୍ରାଧ୍ୟାପକ ଜତିନ୍ଦ୍ର ସାହୁ, ଘନଶ୍ୟାମ ମହାନ୍ତ, ରତ୍ନାକର ମହାନ୍ତ, ଚନ୍ଦ୍ରଶେଖର ଭୂୟାଁ, ସତ୍ୟଜିତ ତନ୍ମୟ ବଳ , ପ୍ରାଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ ଓ ଅନ୍ୟକର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଗ୍ରାମ ପରିକ୍ରମା କରିଥିଲେ।