ପିଲା ଚୋରି ଖବର ଗୁଜବ, ସଚେତନ କଲା ପୁଲିସ

ସାକ୍ଷୀଗୋପାଳ : ଗତ କିଛି ହେବ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପୁରୀ ଜିଲ୍ଲାରେ ପିଲା ଚୋରି ଖବର ବହୁଳ ଭାବରେ ପ୍ରସାରିତ ହେଉଛି । ଏହି ଖବର ପାଇ ସାଧାରଣ ଲୋକ ଭୟଭୀତ ହୋଇ ରହିଛନ୍ତି । ଏଥିପାଇଁ ଆଜି ସନ୍ଧ୍ୟାରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୁଲିସ ଟିମ ସତ୍ୟବାଦୀର ସମସ୍ତ ମୁଖ୍ୟ ଛକ ଜାଗା ଓ ଜନଗହଳି ସ୍ଥାନ […]

ପିଲା ଚୋରି ଖବର ଗୁଜବ, ସଚେତନ କଲା ପୁଲିସ

ସାକ୍ଷୀଗୋପାଳ : ଗତ କିଛି ହେବ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପୁରୀ ଜିଲ୍ଲାରେ ପିଲା ଚୋରି ଖବର ବହୁଳ ଭାବରେ ପ୍ରସାରିତ ହେଉଛି । ଏହି ଖବର ପାଇ ସାଧାରଣ ଲୋକ ଭୟଭୀତ ହୋଇ ରହିଛନ୍ତି । ଏଥିପାଇଁ ଆଜି ସନ୍ଧ୍ୟାରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୁଲିସ ଟିମ ସତ୍ୟବାଦୀର ସମସ୍ତ ମୁଖ୍ୟ ଛକ ଜାଗା ଓ ଜନଗହଳି ସ୍ଥାନ ମାନଙ୍କରେ ଡାକବାଜି ଯନ୍ତ୍ର ଦ୍ୱାରା ସାଧାରଣ ଲୋକଙ୍କୁ ସଚେତନ କରାଇଛି ।

ପିଲାଚୋରି ଘଟଣା ସମ୍ପୂର୍ଣ୍ଣ ଗୁଜବ, ମିଥ୍ୟା ଓ  ଭିତ୍ତିହୀନ ବୋଲି ଏହି ସଚେତନ ବାର୍ତ୍ତା ମାଧ୍ୟମରେ କୁହାଯାଇଛି । ଯଦି କେହି ଅଜଣା ବ୍ୟକ୍ତି  କୌଣସି ଅଞ୍ଚଳରେ ବୁଲୁଛନ୍ତି କିମ୍ବା ତାଙ୍କର ଗତିବିଧି ସନ୍ଦେହଜନକ ଜଣା ପଡୁଛି ତେବେ ତୁରନ୍ତ ସତ୍ୟବାଦୀ ଥାନାକୁ ଫୋନ ଯୋଗେ ଜଣାଇବା କିମ୍ବା ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ କରି ତୁରନ୍ତ ଜଣାଇବା ପାଇଁ ପୁଲିସ ତରଫରୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି । ଏହି ସଚେତନତାରେ ସତ୍ୟବାଦୀ ଥାନା ପକ୍ଷରୁ ସବ ଇନ୍ସପେକ୍ଟର ରମେଶ ଚନ୍ଦ୍ର ନିଶାନ୍ତ, ବିଭୀଷଣ ମାଝୀ ଓ ମହିଳା ଅଧିକାରୀ ପ୍ରିୟତମା ପ୍ରଧାନ ପ୍ରମୁଖ ସାମିଲ ଥିଲେ ।