ପିଲା ଚୋରି ସନ୍ଦେହରେ କିନ୍ନରଙ୍କୁ ପ୍ରବଳ ମାଡ଼, ଛଟପଟ ହୋଇ ଚାଲିଗଲା ଜୀବନ

ରାଜୁ ଜଣେ କିନ୍ନର ହୋଇଥିବା ବେଳେ ନିଜାମବାଦ ଅଞ୍ଚଳରେ ଭିକ୍ଷା ବୃତ୍ତି କରି ଚଳନ୍ତି। ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପିଲା ଚୋରି ଘଟଣା ପ୍ରଚାର ହେଉଥିବା ବେଳେ ସ୍ଥାନୀୟ ଲୋକେ ରାଜୁଙ୍କୁ ସନ୍ଦେହ କରିଥିଲେ।

ପିଲା ଚୋରି ସନ୍ଦେହରେ କିନ୍ନରଙ୍କୁ ପ୍ରବଳ ମାଡ଼, ଛଟପଟ ହୋଇ ଚାଲିଗଲା ଜୀବନ

ପିଲା ଚୋରି ସନ୍ଦେହରେ ପିଟି ପିଟି ଜଣେ କିନ୍ନରଙ୍କ ଜୀବନ ନେଇଥିଲେ ଲୋକେ। ଏପରି ଏକ ଅଭାବନୀୟ ଘଟଣା ତେଲେଙ୍ଗାନାର ନିଜାମବାଦରେ ଘଟିଛି। ମୃତକଜଣକ ୫୦ ବର୍ଷୀୟ ରାଜୁ ବୋଲି ଜଣାଯାଇଛି।

ରାଜୁ ଜଣେ କିନ୍ନର ହୋଇଥିବା ବେଳେ ନିଜାମବାଦ ଅଞ୍ଚଳରେ ଭିକ୍ଷା ବୃତ୍ତି କରି ଚଳନ୍ତି। ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପିଲା ଚୋରି ଘଟଣା ପ୍ରଚାର ହେଉଥିବା ବେଳେ ସ୍ଥାନୀୟ ଲୋକେ ରାଜୁଙ୍କୁ ସନ୍ଦେହ କରିଥିଲେ। ସୁଯୋଗ ଦେଖି କିଛି ଯୁବକ ରାଜୁଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପ୍ରବଳ ପିଟିଥିଲେ। ଫଳରେ ଗୁରୁତର ଅବସ୍ଥାରେ ରାଜୁଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ବେଳେ ପୁଲିସ୍‌ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ କରିଛି।

ତେବେ ରାଜୁ ପ୍ରକୃତରେ ପିଲା ଚୋରି ରାକେଟରେ ସମ୍ପୃକ୍ତ ଅଛନ୍ତି ନା ନାହିଁ ସେ ନେଇ କୌଣସି ଠୋସ୍‌ ପ୍ରମାଣ କାହା ପାଖରେ ନ ଥିବା ଜଣାଯାଇଛି।