ପିଲା ମିଛ କହୁଛି କି ?
ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର। ଏଥିପାଇଁ ଅଭିଭାବକଙ୍କ ପ୍ରୟାସ ଜରୁରୀ… ଖୋଲା ପରିବେଶ: ପିଲାମାନେ ଗୁରୁଜନଙ୍କ ସ୍ନେହ ପାଇବା ପାଇଁ ବେଳେବେଳେ ମିଛ କଥା କହିଦିଅନ୍ତି। ଏଭଳି କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କୁ ଅନୁଭବ କରିବାକୁ ଦିଅନ୍ତୁ କି ସେମାନଙ୍କ ପାଇଁ ନିଃସର୍ତ୍ତ ଭଲପାଇବା ରହିଛି। କିନ୍ତୁ ମିଛ କହିଲେ ଆପଣଙ୍କ ଅନୁଭବ କେତେ କଷ୍ଟଦାୟକ ସେ […] The post ପିଲା ମିଛ କହୁଛି କି ? appeared first on Dharitri Odia News.
ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର। ଏଥିପାଇଁ ଅଭିଭାବକଙ୍କ ପ୍ରୟାସ ଜରୁରୀ…
ଖୋଲା ପରିବେଶ: ପିଲାମାନେ ଗୁରୁଜନଙ୍କ ସ୍ନେହ ପାଇବା ପାଇଁ ବେଳେବେଳେ ମିଛ କଥା କହିଦିଅନ୍ତି। ଏଭଳି କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କୁ ଅନୁଭବ କରିବାକୁ ଦିଅନ୍ତୁ କି ସେମାନଙ୍କ ପାଇଁ ନିଃସର୍ତ୍ତ ଭଲପାଇବା ରହିଛି। କିନ୍ତୁ ମିଛ କହିଲେ ଆପଣଙ୍କ ଅନୁଭବ କେତେ କଷ୍ଟଦାୟକ ସେ ସମ୍ପର୍କରେ ପିଲାଙ୍କ ସହ ଖୋଲାଖୋଲି କଥା ହୁଅନ୍ତୁ।
ରାଗରେ ନୁହେଁ: ପିଲାଙ୍କୁ ସବୁବେଳେ ସ୍ନେହ ପ୍ରେମରେ ଭଲ କଥା କହି ବୁଝାନ୍ତୁ। ରାଗରେ କିମ୍ବା ମାଡ଼ ମାରି କହିଲେ ପିଲା ଅଧିକ ଜିଦିଆ ହୋଇଯାନ୍ତି। ତେଣୁ ସେମାନଙ୍କୁ ବୁଝାଇ କହିଲେ ହୁଏତ ମନକଥା କହିବା ପାଇଁ ସେମାନେ ପ୍ରସ୍ତୁତ ହୋଇପାରନ୍ତି।
ଖରାପ ପ୍ରଭାବ କୁହନ୍ତୁ: ପିଲାମାନେ ଯଦି ଭୁଲ୍ କାମ କରୁଛନ୍ତି କିମ୍ବା ମିଛ କହୁଛନ୍ତି ତା’ର ପରିମାଣ କିପରି ଭବିଷ୍ୟତକୁ ନଷ୍ଟ କରିପାରେ ସେ ସମ୍ପର୍କରେ କୁହନ୍ତୁ। ଏଥିପାଇଁ ବିଭିନ୍ନ ପ୍ରକାର ଗପ କିମ୍ବା ଉଦାହରଣକୁ ମାଧ୍ୟମ କରିପାରନ୍ତି।
ନିଜେ ସବୁବେଳେ ସତ କୁହନ୍ତୁ:
ପିଲାମାନେ ପ୍ରଥମେ ଘର ପରିବେଶରୁ ହିଁ ବ୍ୟବହାର ଶିଖନ୍ତି। ତେଣୁ ଅଭିଭାବକମାନେ ନିଜେ ପ୍ରଥମେ ସତ କହିବା ଓ ଭଲ ବ୍ୟବହାର କରନ୍ତୁ। ଫଳରେ ପିଲାମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖି ପ୍ରଭାବିତ ହୋଇପାରିବେ।
The post ପିଲା ମିଛ କହୁଛି କି ? appeared first on Dharitri Odia News.