ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ
ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଏବେ ଏକ ଅଜବ ନୀତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ବିଦ୍ୟାଳୟରେ। ସକାଳ ୮ ଟାରୁ ଆସି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ ସମେତ ବାରଣ୍ଡା ଆଦିରେ ଝାଡୁ ମାରିବା ସହ ସଫେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଦିନେ କି ଦୁଇଦିନ ନୁହଁ ପ୍ରତିଦିନ ଛାତ୍ରୀଛାତ୍ରଙ୍କୁ ଏପରି କରିବାକୁ ବର୍ଷବର୍ଷ ଧରି ନିୟମ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। […] The post ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ appeared first on Dharitri Odia News.
ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଏବେ ଏକ ଅଜବ ନୀତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ବିଦ୍ୟାଳୟରେ। ସକାଳ ୮ ଟାରୁ ଆସି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ ସମେତ ବାରଣ୍ଡା ଆଦିରେ ଝାଡୁ ମାରିବା ସହ ସଫେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଦିନେ କି ଦୁଇଦିନ ନୁହଁ ପ୍ରତିଦିନ ଛାତ୍ରୀଛାତ୍ରଙ୍କୁ ଏପରି କରିବାକୁ ବର୍ଷବର୍ଷ ଧରି ନିୟମ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଭଲରେ ପାଠ ପଢ଼ାଇବା ତ ଦୂରର କଥା ସେମାନଙ୍କୁ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ପର୍ଯ୍ୟନ୍ତ ନିୟମ କରିଛନ୍ତି। ଯେଉଁ ଛାତ୍ରୀଛାତ୍ରଙ୍କ ବିଦ୍ୟାଳୟ ପରିସର ସଫେଇ କରିବାକୁ ନିୟମ କରାଯାଇଛି, ସେମାନେ ସେହିଦିନ ସକାଳ ୮ଟାରେ ପହଞ୍ଚିବାକୁ ବାଧ୍ୟ। ୮ଟାରେ ପହଞ୍ଚି ବିଦ୍ୟାଳୟ ଝାଡୁମାରିବା ସହ ଅଳିଆ ବୋହି ନେଇ ବାହାରେ ପକାଇବେ ପିଲା। ଏଠି ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଳୟ ପରିଦର୍ଶନରେ କେହି ଅଧିକାରୀମାନେ ଯାଉଛନ୍ତି କି ନାହିଁ। ବିଇଓ କାହିଁକି ବିଦ୍ୟାଳୟ ପରିଦର୍ଶନରେ ସେଠାକୁ ଯାଉନାହାନ୍ତି ଏବଂ କୁନିକୁନି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ବଦଳରେ କାହିଁକି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ପାଳିକରି ଦିଆଯାଉଛି। ଏମିତି ପ୍ରଶ୍ନ କରିଛନ୍ତି ଅଭିଭାବକ।
ଗୁରୁବାର ତୃତୀୟ ଶ୍ରେଣୀର ଛାତ୍ର ଋଷି ଦିଗାଲ ଝାଡୁ କରୁଥିଲେ। ତାଙ୍କୁ ପଚାରିବାରୁ ସେ ତାଙ୍କ ଶିକ୍ଷକ କମଳାକାନ୍ତ ମହାରଣା ଆଜ୍ଞା ଝାଡୁ କରିବାକୁ କହିଛନ୍ତି। ଗୁରୁବାର ମୋର ପାଳି ବୋଲି କୋମଳମୋତି ଛାତ୍ର ଜଣଙ୍କ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ବିଦ୍ୟାଳୟ ଛୁଟି ବ୍ୟତୀତ ସବୁଦିନ ପାଳି କରି ଝାଡୁ କରୁଛୁ ବୋଲି କହିଛନ୍ତି। ଏନେଇ ସହକାରୀ ଶିକ୍ଷକ କମଳାକାନ୍ତ ମହାରଣାଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, ମୁଁ ୨ ବର୍ଷ ହେଲା ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପାଇଛି। ଏହା ପୂର୍ବରୁ ମୋ’ଠାରୁ ସିନିୟର ଥିବା ପ୍ରଧାନଶିକ୍ଷକଙ୍କ ସମେତ ତିନିଜଣ ଶିକ୍ଷକ ରହିଛନ୍ତି ସେମାନେ ପିଲାଙ୍କୁ ପାଳି କରି ନିର୍ଦ୍ଦେଶ ଦେଇଥାଇପାରନ୍ତି ବୋଲି ସେ କହିଛନ୍ତି। ଏନେଇ ପ୍ରତିଦିନ ବିଦ୍ୟାଳୟ ମନିଟରିଂ କରୁଥିବା ସିଆରସିସି ବନ୍ଧୁରାଜ ଉଠାଣସିଂଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଜାଣି ନ ଥିଲେ। ଯଦି ଜାଣିଥାନ୍ତେ ତେବେ ଏଭଳି କରିବାକୁ ବାରଣ କରିଥାନ୍ତି ବୋଲି ସେ କହିଛନ୍ତି। ଦାରିଙ୍ଗବାଡ଼ି ବିଇଓ ଦାୟିତ୍ୱ ରେ ଥିବା ରାଇକିଆ ବିଇଓ ହାଡ଼ିବନ୍ଧୁ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ତେବେ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।
ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୬୩ ଜଣ ଛାତ୍ରୀଛାତ୍ର ଶିକ୍ଷାପ୍ରାପ୍ତ କରୁଥିବା ବେଳେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ମୋଟ୍ ଶିକ୍ଷକ ଶିକ୍ଷାଦାନ ପାଇଁ ୫ ଜଣ ରହିଛନ୍ତି।
The post ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ appeared first on Dharitri Odia News.