ପିଲାଙ୍କୁ ମିଳିବ ପୁଷ୍ଟିକର ଲଡ଼ୁ: ମାଲାମାଲ୍ ହେବେ କ୍ଷୁଦ୍ର ବ୍ୟବସାୟୀ
ଦାରିଙ୍ଗବାଡି, ୩୧।୩ (ଅରୁଣ ସାହୁ):ଏଣିକି ଛାତ୍ରୀଛାତ୍ରଙ୍କୁ ମିଳିବ ପୃଷ୍ଟିକର ଖାଦ୍ୟ। ସେଥିରେ ସାମିଲ ହେବ ସୁସ୍ବାଦ ପୁଷ୍ଟିକର ଲଡ଼ୁ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ପ୍ରାଥମିକ ବିଦ୍ୟାଳୟଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ଦିଆଯିବ ମାଣ୍ଡିଆ ଲଡ଼ୁ। କାଜୁ, ରାଶି, ବାଦାମ ଆଦି ମିଶି ପ୍ରସ୍ତୁତ କରାଯାଇଥିବା ଏହି ଲଡ଼ୁ ପିଲାଙ୍କୁ ଖାଇବାକୁ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଫିସର ତଥା ବରିଷ୍ଠ ଓଡିଶା ପ୍ରଶାସନିକ […] The post ପିଲାଙ୍କୁ ମିଳିବ ପୁଷ୍ଟିକର ଲଡ଼ୁ: ମାଲାମାଲ୍ ହେବେ କ୍ଷୁଦ୍ର ବ୍ୟବସାୟୀ appeared first on Dharitri Odia News.
ଦାରିଙ୍ଗବାଡି, ୩୧।୩ (ଅରୁଣ ସାହୁ):ଏଣିକି ଛାତ୍ରୀଛାତ୍ରଙ୍କୁ ମିଳିବ ପୃଷ୍ଟିକର ଖାଦ୍ୟ। ସେଥିରେ ସାମିଲ ହେବ ସୁସ୍ବାଦ ପୁଷ୍ଟିକର ଲଡ଼ୁ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ପ୍ରାଥମିକ ବିଦ୍ୟାଳୟଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ଦିଆଯିବ ମାଣ୍ଡିଆ ଲଡ଼ୁ। କାଜୁ, ରାଶି, ବାଦାମ ଆଦି ମିଶି ପ୍ରସ୍ତୁତ କରାଯାଇଥିବା ଏହି ଲଡ଼ୁ ପିଲାଙ୍କୁ ଖାଇବାକୁ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଫିସର ତଥା ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ଗିରିଶ ଚନ୍ଦ୍ର ସିଂ ଚିଠି କରିଛନ୍ତି। ଚିଠିରେ ବିଦ୍ୟାଳୟ ଚାଲିବା ସମୟରେ ମଧ୍ୟାହ୍ନ ଭୋଜନରେ ନୂତନ ତାଲିକା ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ଭାତ ସହ ଅଣ୍ଡା ତରକାରୀ ପିଲାଙ୍କୁ ଖାଇବାକୁ ଦିଆଯିବ। ମଙ୍ଗଳବାର ଭାତ, ସୋୟାବଡି ତରକାରୀ ସହ ସୁସ୍ବାଦ ପୁଷ୍ଟିକର ଲଡ଼ୁ ପିଲାଙ୍କୁ ଖାଇବାକୁ ଦିଆଯିବ। ସେହିପରି ବୁଧବାର ଭାତ ସହ ଅଣ୍ଡା ତରକାରୀ, ଗୁରୁବାର ଭାତ, ଡାଲମା ଏବଂ ପୁଷ୍ଟିକର ଲଡ଼ୁ, ଶୁକ୍ରବାର ଭାତ ସହ ଅଣ୍ଡା ତରକାରୀ ଏବଂ
ଶନିବାର ଭାତ ସହ ସୋୟା ବଢି ତରକାରୀ ଏବଂ ଲଡ଼ୁ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯିବ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଫିଟ ରହିବା ସହ ଶରୀରକୁ ଆବଶ୍ୟକ ପୋଷାକତତ୍ତ୍ୱ ମିଳିବ ଓ ଅପପୁଷ୍ଟିର ଶିକାର ହେବେନାହିଁ। ସେହିପରି ରାଜ୍ୟସରକାଙ୍କ ଦ୍ୱାରା ଶ୍ରୀଅର୍ଣ୍ଣ ଅଭିଯାନରେ ରାଜ୍ୟରେ ଉତ୍ପାଦନ ହେଉଥିବା କ୍ଷୁଦ୍ରଦାନା ଶସ୍ୟର ଚାହିଦା ଓ କୃଷକ ବିକ୍ରିବଟା କରିବାରେ ସହାୟତା ହୋଇପାରିବ।
ଦାରିଙ୍ଗବାଡି ବ୍ଲକରେ ୨୫ଟି ପଞ୍ଚାୟତରେ ମୋଟ ୨୬୨ ଟି ବିଦ୍ୟାଳୟର ୨୧ ହଜାର ଛାତ୍ରୀଛାତ୍ରଙ୍କୁ ଏହା ଫାଇଦା ଦେବ। ସେହିପରି ସପ୍ତାହରେ ୩ ଦିନରେ ୬୩ ହଜାର ପୁଷ୍ଟିକର ଲଡୁର ଆବଶ୍ୟକତା ପୁରଣ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ବ୍ୟବସାୟୀମାନଙ୍କଠାରୁ ଏବେଠାରୁ ବିଦ୍ୟାଳୟ ଗୁଡିକ ଅର୍ଡର ଦେଇଥିବା ଓ ଏହାର ପ୍ରସ୍ତୁତି ଜୋରଦାର ଚାଲିଥିବା ଜଣାପଡିଛି।
The post ପିଲାଙ୍କୁ ମିଳିବ ପୁଷ୍ଟିକର ଲଡ଼ୁ: ମାଲାମାଲ୍ ହେବେ କ୍ଷୁଦ୍ର ବ୍ୟବସାୟୀ appeared first on Dharitri Odia News.