ପିଲାମାନଙ୍କୁ ସବୁକ୍ଷେତ୍ର ସଫଳ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ
ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର… ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟି ରଖନ୍ତୁ। ଭୁଲ୍ ବ୍ୟବହାର କଲେ ସେମାନଙ୍କୁ ବୁଝାନ୍ତୁ। ପିଲାମାନେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ସବୁବେଳେ ମସ୍ତି ମୁଡ୍ରେ ରହିଥାନ୍ତି। କିନ୍ତୁ ସବୁ ସମୟରେ ତାହା ଠିକ୍ ନୁହେଁ ବୋଲି ବୁଝାନ୍ତୁ। ଏକାଠି ଗୋଟିଏ ସ୍ଥାନରେ ବସି କିଛି କରିବା, ଖାଇବା କିମ୍ବା ପଢ଼ିବା ଲେଖିବା କାମ […] The post ପିଲାମାନଙ୍କୁ ସବୁକ୍ଷେତ୍ର ସଫଳ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.
ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…
ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟି ରଖନ୍ତୁ। ଭୁଲ୍ ବ୍ୟବହାର କଲେ ସେମାନଙ୍କୁ ବୁଝାନ୍ତୁ।
ପିଲାମାନେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ସବୁବେଳେ ମସ୍ତି ମୁଡ୍ରେ ରହିଥାନ୍ତି। କିନ୍ତୁ ସବୁ ସମୟରେ ତାହା ଠିକ୍ ନୁହେଁ ବୋଲି ବୁଝାନ୍ତୁ। ଏକାଠି ଗୋଟିଏ ସ୍ଥାନରେ ବସି କିଛି କରିବା, ଖାଇବା କିମ୍ବା ପଢ଼ିବା ଲେଖିବା କାମ କରିବା ପାଇଁ ଅଭ୍ୟାସ କରାନ୍ତୁ।
ପରିବାରରେ ଛୋଟଙ୍କ ପ୍ରତି ସ୍ନେହ ଓ ବଡ଼ଙ୍କୁ ସମ୍ମାନ କରିବାକୁ କୁହନ୍ତୁ। ସମ୍ପର୍କର ଗୁରୁତ୍ୱ ମଧ୍ୟ ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତୁ। ଏଥିପାଇଁ ନିଜେ ମଧ୍ୟ ସମସ୍ତଙ୍କ ପ୍ରତି ଠିକ୍ ବ୍ୟବହାର କରି ଉଦାହରଣ ଦିଅନ୍ତୁ।
ପିଲାମାନେ ଖେଳିବା ପରେ ଖେଳନାସବୁ ସଜାଡି ରଖିବା ଶିଖାନ୍ତୁ। ସେହିପରି ପଢ଼ିବା ପରେ ବହିପତ୍ର ସଜାଡ଼ି ରଖିବାକୁ କୁହନ୍ତୁ। ଏପରି କଲେ ବଡ଼ ହେବା ପରେ ସେମାନେ ଶୃଙ୍ଖଳିତ ବ୍ୟବହାର କରିପାରିବେ।
ଏକାଠି ସମସ୍ତଙ୍କ ସହ ଖାଇବାକୁ ଦିଅନ୍ତୁ।
ବାହାରେ ଲୋକଙ୍କୁ ସାଧାରଣ ଭଦ୍ରାମିରେ କିପରି ବ୍ୟବହାର କରିବାକୁ ହୁଏ କୁହନ୍ତୁ।
କୌଣସି ସ୍ଥାନକୁ ଯିବା ପୂର୍ବରୁ ଅନୁମତି ନେବାପାଇଁ ପିଲାଙ୍କୁ କୁହନ୍ତୁ।
The post ପିଲାମାନଙ୍କୁ ସବୁକ୍ଷେତ୍ର ସଫଳ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.