ପିସି ଦିଅ କାମ ହେବ,ସହକାରୀ ଯନ୍ତ୍ରୀଙ୍କ ଗୋଡ ଧରିଲେ ସରପଞ୍ଚ ।
କନକବ୍ୟୁରୋ: ପିସି ନଦେବାରୁ ବିଲ କରୁ ନାହାଁନ୍ତି ସରକାରୀ ଯନ୍ତ୍ରୀ। ଶେଷରେ ବିଲ୍ କରାଇବା ପାଇଁ ଯନ୍ତ୍ରୀଙ୍କ ପାଦ ଧରି ମୁଣ୍ଡିଆ ମାରିଛନ୍ତି ସରପଞ୍ଚ। ଏଭଳି ଏକ ଦୃଶ୍ୟ ଆସିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ । ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ୍ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି କଦୁଗାଁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର କ୍ଷେତି। ଏହି ସମୟର ଦୃଶ୍ୟ ସାମ୍ନାକୁ ଆସିଛି। ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, କୁଦଗାଁ ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ ପର୍ଯ୍ୟାୟର ବିଲ ହୋଇନାହିଁ। ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନଆରଜିଏସ୍ ଅଟକଳ କରାଯାଇଥିଲା। ପ୍ରାୟ ଦେଢ ଲକ୍ଷ ଟଙ୍କାର କାର୍ଯ୍ୟ ଶ୍ରମିକମାନେ କରିଥିଲେ ମଧ୍ୟ ୬୫ ହଜାର ଟଙ୍କା ବିଲ୍ ହୋଇଛି। ଆଉ ବଳକା ବିଲ୍ କରାଇବା ପାଇଁ ପିସି ଦେବାକୁ କହିଥିଲେ ଯନ୍ତ୍ରୀ ଜଣଙ୍କ। ସେହିପରି ଲାଉପାଳ ମନ୍ଦିର ପାର୍ଶ୍ୱ ଡଊଉ ରାସ୍ତା ଠାରୁ କାନପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଅଟକଳ ହୋଇଥିଲା। ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ଶ୍ରମିକମାନେ କାର୍ଯ୍ୟ କରିଥିବା ବେଳେ ମାତ୍ର ୩୫ ହଜାର ଟଙ୍କାର ବିଲ୍ ହୋଇଛି । ଅନୁରୂପ ଭାବେ ତେଣ୍ଠେଇ ପାଲି ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା। ପ୍ରାୟ ୩ ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ଟଙ୍କା ବିଲ୍

କନକବ୍ୟୁରୋ: ପିସି ନଦେବାରୁ ବିଲ କରୁ ନାହାଁନ୍ତି ସରକାରୀ ଯନ୍ତ୍ରୀ। ଶେଷରେ ବିଲ୍ କରାଇବା ପାଇଁ ଯନ୍ତ୍ରୀଙ୍କ ପାଦ ଧରି ମୁଣ୍ଡିଆ ମାରିଛନ୍ତି ସରପଞ୍ଚ। ଏଭଳି ଏକ ଦୃଶ୍ୟ ଆସିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ । ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ୍ ଅଭିଯୋଗ।
ଆଉ ଅଭିଯୋଗ ଆଣିଛନ୍ତି କଦୁଗାଁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର କ୍ଷେତି। ଏହି ସମୟର ଦୃଶ୍ୟ ସାମ୍ନାକୁ ଆସିଛି। ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, କୁଦଗାଁ ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ ପର୍ଯ୍ୟାୟର ବିଲ ହୋଇନାହିଁ। ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନଆରଜିଏସ୍ ଅଟକଳ କରାଯାଇଥିଲା।
ପ୍ରାୟ ଦେଢ ଲକ୍ଷ ଟଙ୍କାର କାର୍ଯ୍ୟ ଶ୍ରମିକମାନେ କରିଥିଲେ ମଧ୍ୟ ୬୫ ହଜାର ଟଙ୍କା ବିଲ୍ ହୋଇଛି। ଆଉ ବଳକା ବିଲ୍ କରାଇବା ପାଇଁ ପିସି ଦେବାକୁ କହିଥିଲେ ଯନ୍ତ୍ରୀ ଜଣଙ୍କ।
ସେହିପରି ଲାଉପାଳ ମନ୍ଦିର ପାର୍ଶ୍ୱ ଡଊଉ ରାସ୍ତା ଠାରୁ କାନପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଅଟକଳ ହୋଇଥିଲା। ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ଶ୍ରମିକମାନେ କାର୍ଯ୍ୟ କରିଥିବା ବେଳେ ମାତ୍ର ୩୫ ହଜାର ଟଙ୍କାର ବିଲ୍ ହୋଇଛି ।
ଅନୁରୂପ ଭାବେ ତେଣ୍ଠେଇ ପାଲି ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା। ପ୍ରାୟ ୩ ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ଟଙ୍କା ବିଲ୍ ହୋଇଛି । ପର୍ଯ୍ୟାୟ କ୍ରମେ ପିସି ଦେଇ ନଥିବାରୁ ତାଙ୍କ ଅବଶିଷ୍ଟ ବିଲ୍ କରାଯାଇ ନଥିବା ଏବଂ ସମସ୍ତ ପ୍ରକଳ୍ପକୁ ଅଧାରୁ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଣୁ କାମ କରିଥିବା ଲୋକମାନେ ସେମାନଙ୍କ ପ୍ରାପ୍ୟ ମାଗି ତାଙ୍କୁ ନାକେଦମ୍ କରୁଥିବାରୁ ସେ, ଯନ୍ତ୍ରୀଙ୍କ ଗୋଡ଼ ଧରି ବିଲ କରାଇଦେବାକୁ ନେହୁରା ହୋଇଛନ୍ତି।