ପିସି ନଦେଲେ କାମ ହେଉନି, ବିଲ୍ ପାସ୍ କରିବାକୁ ଯନ୍ତ୍ରୀଙ୍କ ଗୋଡ ଧରୁଛନ୍ତି ସରପଞ୍ଚ

ଆଠମଲ୍ଲିକ ୨୮/୯: ନୋ ପିସି ନୋ ବିଲ୍‌ । ଏହି ନୀତିରେ ପିସି ନଦେବାରୁ ବିଲ୍‌ କରୁନାହାନ୍ତି ଯନ୍ତ୍ରୀ । ବାଧ୍ୟ ହୋଇ ଯନ୍ତ୍ରୀଙ୍କ ପାଦ ଧରୁଛନ୍ତି ସରପଞ୍ଚ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ତାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି କୁଦଗାଁ ସରପଞ୍ଚ ସିଦ୍ଧାର୍ଥ ଖେତୀ । ପଞ୍ଚାୟତର ବହୁ ଉନ୍ନୟନମୂଳକ କାମର ବିଲ୍‌ ହୋଇନି । ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନ୍‌ଆରଜିଏସ୍‌ ଅଟକଳ ହୋଇଥିଲା । ପ୍ରାୟ ଦେଢ ଲକ୍ଷ ଟଙ୍କାର କାମ ଶ୍ରମିକ କରିଥିବାବେଳେ ୬୫ ହଜାର ଟଙ୍କା ବିଲ୍‌ ହୋଇଛି । ଆଉ ବଳକା ବିଲ୍‌ ପାଇଁ ପିସି ମାଗିଥିଲେ ଯନ୍ତ୍ରୀ । ସେହିପରି ଲାଉପାଳ ମନ୍ଦିର ପାଖ WDC ରାସ୍ତା କାମରେ ୫ ଲକ୍ଷ ଅଟକଳ ହୋଇଥିଲା । ଶ୍ରମିକମାନେ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କାର କାମ କରିଥିବାବେଳେ ମାତ୍ର ୩୫ ହଜାର ଟଙ୍କାର ବିଲ୍‌ ହୋଇଛି । ପର୍ଯ୍ୟାୟ କ୍ରମେ ପିସି ଦେଇନଥିବାରୁ ଅବଶିଷ୍ଟ ବିଲ୍‌ କରୁନଥିଲେ ଯନ୍ତ୍ରୀ । କେବଳ ସେତିକି ନୁହେଁ ସମସ୍ତ ପ୍ରକଳ୍ପକୁ ଅଧାରୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । କାମ କରିଥିବା ଶ୍ରମିକମାନେ ବାରମ୍ବାର ପାଉଣା ମାଗୁଥିବାରୁ ଯନ୍ତ୍ରୀଙ୍କ ଗୋଡ ଧରି ବିଲ୍‌ ପାସ୍‌ ପାଇଁ ନେହୁରା ହୋଇଛନ୍ତି ସରପଞ୍ଚ । ଏ ସଂପର୍କରେ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଛନ

ପିସି ନଦେଲେ କାମ ହେଉନି, ବିଲ୍ ପାସ୍ କରିବାକୁ ଯନ୍ତ୍ରୀଙ୍କ ଗୋଡ ଧରୁଛନ୍ତି ସରପଞ୍ଚ

ଆଠମଲ୍ଲିକ ୨୮/୯: ନୋ ପିସି ନୋ ବିଲ୍‌ । ଏହି ନୀତିରେ ପିସି ନଦେବାରୁ ବିଲ୍‌ କରୁନାହାନ୍ତି ଯନ୍ତ୍ରୀ । ବାଧ୍ୟ ହୋଇ ଯନ୍ତ୍ରୀଙ୍କ ପାଦ ଧରୁଛନ୍ତି ସରପଞ୍ଚ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ତାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି କୁଦଗାଁ ସରପଞ୍ଚ ସିଦ୍ଧାର୍ଥ ଖେତୀ । ପଞ୍ଚାୟତର ବହୁ ଉନ୍ନୟନମୂଳକ କାମର ବିଲ୍‌ ହୋଇନି । ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନ୍‌ଆରଜିଏସ୍‌ ଅଟକଳ ହୋଇଥିଲା । ପ୍ରାୟ ଦେଢ ଲକ୍ଷ ଟଙ୍କାର କାମ ଶ୍ରମିକ କରିଥିବାବେଳେ ୬୫ ହଜାର ଟଙ୍କା ବିଲ୍‌ ହୋଇଛି । ଆଉ ବଳକା ବିଲ୍‌ ପାଇଁ ପିସି ମାଗିଥିଲେ ଯନ୍ତ୍ରୀ । 

ସେହିପରି ଲାଉପାଳ ମନ୍ଦିର ପାଖ WDC ରାସ୍ତା କାମରେ ୫ ଲକ୍ଷ ଅଟକଳ ହୋଇଥିଲା । ଶ୍ରମିକମାନେ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କାର କାମ କରିଥିବାବେଳେ ମାତ୍ର ୩୫ ହଜାର ଟଙ୍କାର ବିଲ୍‌ ହୋଇଛି । ପର୍ଯ୍ୟାୟ କ୍ରମେ ପିସି ଦେଇନଥିବାରୁ ଅବଶିଷ୍ଟ ବିଲ୍‌ କରୁନଥିଲେ ଯନ୍ତ୍ରୀ । କେବଳ ସେତିକି ନୁହେଁ ସମସ୍ତ ପ୍ରକଳ୍ପକୁ ଅଧାରୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । କାମ କରିଥିବା ଶ୍ରମିକମାନେ ବାରମ୍ବାର ପାଉଣା ମାଗୁଥିବାରୁ ଯନ୍ତ୍ରୀଙ୍କ ଗୋଡ ଧରି ବିଲ୍‌ ପାସ୍‌ ପାଇଁ ନେହୁରା ହୋଇଛନ୍ତି ସରପଞ୍ଚ । ଏ ସଂପର୍କରେ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି ।