ପିସିବି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଜାକା ଆଶ୍ରଫ

ଲାହୋର: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ଅଧ୍ୟକ୍ଷ ଜାକା ଆସ୍ରଫ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଲାହୋରରେ ପରିଚାଳନା କମିଟିର ବୈଠକରେ ଅଧ୍ୟକ୍ଷତା କରିବା ପରେ ଆଶ୍ରଫ ଏହି ନିଷ୍ପତ୍ତି ନେଇଥିଲେ। ଆଶ୍ରଫ ଗତବର୍ଷ ଜୁଲାଇରେ ନଜମ ସେଠୀଙ୍କଠୁ ପିସିବି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ସରକାରଙ୍କ ଏକ ଆଭ୍ୟନ୍ତରୀଣ କମିଟି ଚଳିତ ସପ୍ତାହରେ କରାଚିରେ ହେବାକୁ ଥିବା ପିସିବି ପରିଚାଳନା କମିଟି ବୈଠକକୁ ବାତିଲ କରିବା ପାଇଁ ଆଶ୍ରଫଙ୍କୁ ନିର୍ଦ୍ଦେଶ ଦେଇଥିଲା ଏବଂ […]

ପିସିବି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଜାକା ଆଶ୍ରଫ

ଲାହୋର: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ଅଧ୍ୟକ୍ଷ ଜାକା ଆସ୍ରଫ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଲାହୋରରେ ପରିଚାଳନା କମିଟିର ବୈଠକରେ ଅଧ୍ୟକ୍ଷତା କରିବା ପରେ ଆଶ୍ରଫ ଏହି ନିଷ୍ପତ୍ତି ନେଇଥିଲେ। ଆଶ୍ରଫ ଗତବର୍ଷ ଜୁଲାଇରେ ନଜମ ସେଠୀଙ୍କଠୁ ପିସିବି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ସରକାରଙ୍କ ଏକ ଆଭ୍ୟନ୍ତରୀଣ କମିଟି ଚଳିତ ସପ୍ତାହରେ କରାଚିରେ ହେବାକୁ ଥିବା ପିସିବି ପରିଚାଳନା କମିଟି ବୈଠକକୁ ବାତିଲ କରିବା ପାଇଁ ଆଶ୍ରଫଙ୍କୁ ନିର୍ଦ୍ଦେଶ ଦେଇଥିଲା ଏବଂ କୌଣସି ପ୍ରକାରର ଆର୍ଥିକ ନିଷ୍ପତ୍ତି ନେବାରୁ ବାରଣ କରାଯାଇଥିଲା। କିନ୍ତୁ ଆଶ୍ରଫ ୧୦ ଜଣିଆ କମିଟିର ଜରୁରୀକାଳିନ ବୈଠକ ଡକାଇ ଶୁକ୍ରବାର ପଦ ଛାଡ଼ିବା ସଂକ୍ରାନ୍ତରେ ସମସ୍ତଙ୍କୁ ଅବଗତ କରାଇଥିଲେ।