ପିସିସି ସଭାପତି ଭକ୍ତ ଦାସ ଆହତ, ରାଲିରେ ଯିବା ବେଳେ ମୁହଁ ମାଡି ପଡିଗଲେ…

ଭୁବନେଶ୍ବର ୧୮।୦୨ : ପିସିସି ସଭାପତି ଭକ୍ତ ଦାସ ଆହତ । ରାଲି ବେଳେ ପଡି ଯାଇ ପିସିସି ସଭାପତି ଭକ୍ତ ଦାସ ଆହତ ହୋଇଛନ୍ତି । ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡିଯାଇଥିଲେ ଭକ୍ତ ଦାସ । ଯାହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ନିକଟରେ ଓଡ଼ିଶା ପିସିସିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ବରିଷ୍ଠ ନେତା ଭକ୍ତ ଦାସ । ଯାହାପରେ ଦଳ ଛାଡିଥିବା କିମ୍ବା ବହିଷ୍କୃତ ହୋଇଥିବା ନେତାମାନଙ୍କ ଘରକୁ ବାହୁଡିବା ପାଇଁ ଅନୁରୋଧ ଦେଇଥିଲେ । ଏହିକ୍ରମରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ଯାହାକି ମଙ୍ଗଳବାର ସକାଳ ସମୟରେ ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରିବା ସମୟରେ ଘଟିଲା ଅଘଟଣ ।  ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡି ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ । ଯାହାପରେ ତୁରନ୍ତ ଭକ୍ତ ଦାସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ପିସିସି ସଭାପତି ଭକ୍ତ ଦାସ ଆହତ, ରାଲିରେ ଯିବା ବେଳେ ମୁହଁ ମାଡି ପଡିଗଲେ…

ଭୁବନେଶ୍ବର ୧୮।୦୨ : ପିସିସି ସଭାପତି ଭକ୍ତ ଦାସ ଆହତ । ରାଲି ବେଳେ ପଡି ଯାଇ ପିସିସି ସଭାପତି ଭକ୍ତ ଦାସ ଆହତ ହୋଇଛନ୍ତି । ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡିଯାଇଥିଲେ ଭକ୍ତ ଦାସ । ଯାହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ନିକଟରେ ଓଡ଼ିଶା ପିସିସିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ବରିଷ୍ଠ ନେତା ଭକ୍ତ ଦାସ । ଯାହାପରେ ଦଳ ଛାଡିଥିବା କିମ୍ବା ବହିଷ୍କୃତ ହୋଇଥିବା ନେତାମାନଙ୍କ ଘରକୁ ବାହୁଡିବା ପାଇଁ ଅନୁରୋଧ ଦେଇଥିଲେ । ଏହିକ୍ରମରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ଯାହାକି ମଙ୍ଗଳବାର ସକାଳ ସମୟରେ ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରିବା ସମୟରେ ଘଟିଲା ଅଘଟଣ ।  ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡି ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ । ଯାହାପରେ ତୁରନ୍ତ ଭକ୍ତ ଦାସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।