ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ମିଳିଲା ନିଯୁକ୍ତି
ପିତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର ।
ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ । ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି । ପୀତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି।
ଶ୍ରୀ ଆଚାର୍ଯ୍ୟ ଛାତ୍ର ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଥିଲେ। ଛାତ୍ର ଜୀବନରେ ସେ ବିଜେବି କଲେଜ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୮୭ ମସିହାରେ ବିଶ୍ୱ ବିଦ୍ୟାଳୟ ଆଇନ ମହାବିଦ୍ୟାଳୟର ମଧ୍ୟ ସେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ସେ ହିଞ୍ଜିଳିରୁ ନବୀନଙ୍କ ବିରୋଧରେ ନିର୍ବାଚନ ଲଢ଼ି ଚର୍ଚ୍ଚାର ପରିସରକୁ ଆସିଥଲେ।
Pitambar Acharya Advocate General