ପୁଅ ପାଖକୁ ଘରକୁ ଫେରିଲେ ବିଜୟପତ ସିଂଘାନିୟା, ‘ଏକ୍ସ’ ରେ ଫଟୋ ଅପଲୋଡ କରି ସୂଚିତ କଲେ ଗୌତମ
ମୁମ୍ବାଇ ୨୦।୩: ରେମଣ୍ଡର ବସ୍ ଗୌତମ ସିଂଘାନିୟା ବୁଧବାର ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ତାଙ୍କ ପିତା ବିଜୟପତ ସିଂଘାନିୟାଙ୍କ ସହିତ ଏକ ଫଟୋ ଅପଲୋଡ କରିଛନ୍ତି। ଏଥିରେ ଏକ ଆକର୍ଷଣୀୟ କ୍ୟାପସନ ବି ଲେଖିଛନ୍ତି। ଯେଉଁଥିରେ ‘ଆଜି ପିତାଙ୍କ ସହ ଘରେ ସମୟ ବିତାଇ ଭଲ ଲାଗିଲା, ତାଙ୍କର ଆଶିର୍ବାଦ ମଧ୍ୟ ନେଲି, ମୁଁ ସର୍ବଦା ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି’ ବୋଲି ଉଲ୍ଲେଖ କରିଛନ୍ତି। ବିଜୟପତ ସିଂଘାନିୟାଙ୍କୁ ତାଙ୍କ ସାନ ପୁଅ ଗୌତମ ସିଂଘାନିୟା ଦୀର୍ଘ ଦିନରୁ ଘରୁ ବାହାର କରିଦେଇଥିଲେ। ବୁଧବାର ଗୌତମ ସିଂଘାନିୟା ଘରେ ପିତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆ ସାଇଟ୍ରେ ଅପଲୋଡ କରିବା ମାତ୍ରେ ଏହା ଭାଇରାଲ ହୋଇଯାଇଛି। ତେବେ ସିଂଘାନିୟା ପରିବାରରେ ଡ୍ରାମା କିଛ ନୂଆ କଥା ନୁହେଁ। ପରିବାରରେ ଏହି ଡ୍ରାମା ବିଜୟପତ ସିଂଘାନିୟାଙ୍କ ଠାରୁ ଆରମ୍ଭ ହୋଇଥିଲା। ବଡ ପୁଅ ମଧୂପତି ସିଂଘାନିୟାଙ୍କ ସହ ବିଜୟପତଙ୍କ ପଡୁ ନଥିଲା। ଏଣୁ ମଧୂପତି ପିତାଙ୍କ ସମ୍ପତ୍ତିରେ ନିଜର ଓ ପିଲାଙ୍କର ଅଧିକାର ଛାଡି ୧୯୯୮ ମସିହାରେ ସିଙ୍ଗାପୁର ଚାଲିଯାଇଥିଲେ। Happy to have my father at home today and seek his blessings. Wishing you good health Papa always. pic.twitter.com/c6QOVTNCwo— Gautam Singhania (@SinghaniaGautam) March 20, 2024ଏହି ଘଟଣାର ପରେ ପରେ ଜୁଲାଇ ୧୯୯୯ ମସିହାରେ ଗୌତମ ସିଂଘାନିୟାଙ୍
ମୁମ୍ବାଇ ୨୦।୩: ରେମଣ୍ଡର ବସ୍ ଗୌତମ ସିଂଘାନିୟା ବୁଧବାର ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ତାଙ୍କ ପିତା ବିଜୟପତ ସିଂଘାନିୟାଙ୍କ ସହିତ ଏକ ଫଟୋ ଅପଲୋଡ କରିଛନ୍ତି। ଏଥିରେ ଏକ ଆକର୍ଷଣୀୟ କ୍ୟାପସନ ବି ଲେଖିଛନ୍ତି। ଯେଉଁଥିରେ ‘ଆଜି ପିତାଙ୍କ ସହ ଘରେ ସମୟ ବିତାଇ ଭଲ ଲାଗିଲା, ତାଙ୍କର ଆଶିର୍ବାଦ ମଧ୍ୟ ନେଲି, ମୁଁ ସର୍ବଦା ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି’ ବୋଲି ଉଲ୍ଲେଖ କରିଛନ୍ତି। ବିଜୟପତ ସିଂଘାନିୟାଙ୍କୁ ତାଙ୍କ ସାନ ପୁଅ ଗୌତମ ସିଂଘାନିୟା ଦୀର୍ଘ ଦିନରୁ ଘରୁ ବାହାର କରିଦେଇଥିଲେ।
ବୁଧବାର ଗୌତମ ସିଂଘାନିୟା ଘରେ ପିତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆ ସାଇଟ୍ରେ ଅପଲୋଡ କରିବା ମାତ୍ରେ ଏହା ଭାଇରାଲ ହୋଇଯାଇଛି। ତେବେ ସିଂଘାନିୟା ପରିବାରରେ ଡ୍ରାମା କିଛ ନୂଆ କଥା ନୁହେଁ। ପରିବାରରେ ଏହି ଡ୍ରାମା ବିଜୟପତ ସିଂଘାନିୟାଙ୍କ ଠାରୁ ଆରମ୍ଭ ହୋଇଥିଲା। ବଡ ପୁଅ ମଧୂପତି ସିଂଘାନିୟାଙ୍କ ସହ ବିଜୟପତଙ୍କ ପଡୁ ନଥିଲା। ଏଣୁ ମଧୂପତି ପିତାଙ୍କ ସମ୍ପତ୍ତିରେ ନିଜର ଓ ପିଲାଙ୍କର ଅଧିକାର ଛାଡି ୧୯୯୮ ମସିହାରେ ସିଙ୍ଗାପୁର ଚାଲିଯାଇଥିଲେ।
Happy to have my father at home today and seek his blessings. Wishing you good health Papa always. pic.twitter.com/c6QOVTNCwo— Gautam Singhania (@SinghaniaGautam) March 20, 2024
ଏହି ଘଟଣାର ପରେ ପରେ ଜୁଲାଇ ୧୯୯୯ ମସିହାରେ ଗୌତମ ସିଂଘାନିୟାଙ୍କୁ ପ୍ରମୋଟ କରି ରେମଣ୍ଡର ଡାୟରେକ୍ଟର କରାଯାଇଥିଲା। ତେବେ ପରେ ସିଙ୍ଗାପୁରରେ ରହୁଥିବା ମଧୂପତିଙ୍କ ୪ ପିଲା ବଡ଼ ହେବାରୁ ସେମାନେ ଜେଜେଙ୍କ ସମ୍ପତ୍ତିରେ ନିଜର ହକ୍ ଦାବି କରିଥିଲେ। ଏହା ଦ୍ୱାରା ମଧୂପତି ଓ ବିଜୟପତଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ସାର୍ବଜନିକ ହୋଇଯାଇଥିଲା। ତେବେ ପାରିବାରିକ ବିବାଦ ଏହିଠାରେ ଥମି ନଥିଲା। ୨୦୧୩ ମସିହାରେ ବିଜୟପତଙ୍କୁ ସାନ ପୁଅ ଗୌତମ ସିଂଘାନିୟା ରେମଣ୍ଡ ପରିବାରର ଘର ‘ଜେ.କେ.ହାଉସ୍’ରୁ ବାହାର କରିଦେଇଥିଲେ।
ଗୌତମ ସିଂଘାନିୟା ଗତବର୍ଷ ଦୀପାବଳି ବେଳେ ତାଙ୍କ ପତ୍ନୀ ନୱାଜ ମୋଦିଙ୍କୁ ଘରୁ ବାହାର କରିଦେଇଥିଲେ। ବିବାହର ୩୨ ବର୍ଷ ପରେ ନୱାଜ ମୋଦିଙ୍କୁ ଛାଡପତ୍ର ଦେବେ ବୋଲି ଗୌତମ ସାର୍ବଜନିକ ଘୋଷଣା କରିଥିଲେ। ଏହି ଘଟଣା ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଯେଉଁଥିରେ ନୱାଜ ମୋଦି ସେଟେଲମେଣ୍ଟ ନିମନ୍ତେ ନେଟୱର୍ଥର ୭୫ ପ୍ରତିଶତ ଦାବି କରିବା ସହ ଅଧରାତିରେ ଜେ.କେ.ହାଉସ ବାହାରେ ଧାରଣା ଦେଇଥିଲେ। ଏବେ ଗୌତମ ସିଂଘାନିୟାଙ୍କ ଛାଡପତ୍ର ଘୋଷଣାକୁ ୬ ମାସ ବିତିବା ପରେ ପିତା ବିଜୟପତ ସିଂଘାନିୟାଙ୍କୁ ସେ ଘରକୁ ଫେରାଇ ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।