ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ, ବୋହୂଙ୍କ ମୃତ୍ୟୁ ପରେ ବନ୍ଧା ହେଲେ…

ବାରଙ୍ଗ,୪ା୧୨: କଟକ ଜିଲା ବାରଙ୍ଗ ଥାନା ଗୋଡ଼ିସାହିଫାଣ୍ଡି ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅବୋହୂଙ୍କୁ ପେଟ୍ରୋ ଢାଳି ନିଆଁ ଲଗାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ବାପା ଗୋବର୍ଦ୍ଧନଙ୍କୁ ବୁଧବାର ପୋଲିସ କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ନଭେମ୍ବର ୩୦ ତାରିଖ ରାତିରେ ବାରସିଙ୍ଗାଗାଁରେ ଘଟିଥିଲା ଏହି ଛାତିଥରା ଘଟଣା। ଦୀନବନ୍ଧୁଙ୍କୁ ସ୍ତ୍ରୀ ସସ୍ମିତା ଘରେ ଖାଇବାକୁ ଦେଉଥିବାବେଳେସ୍ତ ବାପା ଗୋବର୍ଦ୍ଧନ ଆସି ପୁଅଙ୍କୁ ଟଙ୍କା ମାଗିଥିଲେ। ପୁଅ ଟଙ୍କା ଦେବାକୁ ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅକୁ ପେଟ୍ରୋଲ […] The post ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ, ବୋହୂଙ୍କ ମୃତ୍ୟୁ ପରେ ବନ୍ଧା ହେଲେ… appeared first on Dharitri Odia News.

ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ, ବୋହୂଙ୍କ ମୃତ୍ୟୁ ପରେ ବନ୍ଧା ହେଲେ…

ବାରଙ୍ଗ,୪ା୧୨: କଟକ ଜିଲା ବାରଙ୍ଗ ଥାନା ଗୋଡ଼ିସାହିଫାଣ୍ଡି ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅବୋହୂଙ୍କୁ ପେଟ୍ରୋ ଢାଳି ନିଆଁ ଲଗାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ବାପା ଗୋବର୍ଦ୍ଧନଙ୍କୁ ବୁଧବାର ପୋଲିସ କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ, ନଭେମ୍ବର ୩୦ ତାରିଖ ରାତିରେ ବାରସିଙ୍ଗାଗାଁରେ ଘଟିଥିଲା ଏହି ଛାତିଥରା ଘଟଣା। ଦୀନବନ୍ଧୁଙ୍କୁ ସ୍ତ୍ରୀ ସସ୍ମିତା ଘରେ ଖାଇବାକୁ ଦେଉଥିବାବେଳେସ୍ତ ବାପା ଗୋବର୍ଦ୍ଧନ ଆସି ପୁଅଙ୍କୁ ଟଙ୍କା ମାଗିଥିଲେ। ପୁଅ ଟଙ୍କା ଦେବାକୁ ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅକୁ
ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଯାଇ ସ୍ତ୍ରୀ ସସ୍ମିତା ମଧ୍ୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ପୁଅ ବୋହୁଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ସମୟରେ ବାପା ଗୋବର୍ଦ୍ଧନ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ପୋଲିସ ଘଟଣାଦିନ ଗୋବର୍ଦ୍ଧନଙ୍କୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବୁଧବାର ଡାକ୍ତରଖାନାରୁ ବାହାରିବା ପରେ ପୋଲିସ କେସ୍‌ ନଂ ୪୬୭/୨୪ରେ ଏକ ମୋକଦ୍ଦମା ରୁଜୁ କରି ଗୋବର୍ଦ୍ଧନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

The post ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ, ବୋହୂଙ୍କ ମୃତ୍ୟୁ ପରେ ବନ୍ଧା ହେଲେ… appeared first on Dharitri Odia News.