ପୁଅ ହାରିବା ପାଇଁ ପ୍ରାର୍ଥନା କଲେ ଏହି ବରିଷ୍ଠ ନେତା
ଥିରୁଭାନନ୍ତପୁରମ୍,୧୦ା୪:ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି କେରଳର ପଥନମ୍ଥିଟ୍ଟାରେ ଭାଜପା ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଅନିଲ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବାବେଳେ ଆଣ୍ଟୋନି ପୁଅଙ୍କ ପରାଜୟ କାମନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆଣ୍ଟୋନି କହିଛନ୍ତି, ପୁଅର ଦଳ ଭାଜପା ହାରିବା ଉଚିତ। ଏହି ଆସନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଆଣ୍ଟୋ ଆଣ୍ଟୋନି ଜିତିବା କଥା। ଏହି ଅବସରରେ ସେ କଂଗ୍ରେସ ନେତାମାନଙ୍କ ପିଲାମାନଙ୍କ ଭାଜପାରେ […] The post ପୁଅ ହାରିବା ପାଇଁ ପ୍ରାର୍ଥନା କଲେ ଏହି ବରିଷ୍ଠ ନେତା appeared first on Dharitri Odia News.
ଥିରୁଭାନନ୍ତପୁରମ୍,୧୦ା୪:ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି କେରଳର ପଥନମ୍ଥିଟ୍ଟାରେ ଭାଜପା ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଅନିଲ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବାବେଳେ ଆଣ୍ଟୋନି ପୁଅଙ୍କ ପରାଜୟ କାମନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆଣ୍ଟୋନି କହିଛନ୍ତି, ପୁଅର ଦଳ ଭାଜପା ହାରିବା ଉଚିତ। ଏହି ଆସନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଆଣ୍ଟୋ ଆଣ୍ଟୋନି ଜିତିବା କଥା। ଏହି ଅବସରରେ ସେ କଂଗ୍ରେସ ନେତାମାନଙ୍କ ପିଲାମାନଙ୍କ ଭାଜପାରେ ଯୋଗଦାନକୁ ନାପସନ୍ଦ କରିଛନ୍ତି। ଭେଟେରାନ୍ ଆଣ୍ଟୋନି କଂଗ୍ରେସକୁ ନିଜ ଧର୍ମ ବୋଲି ଅଭିହିତ କରିଛନ୍ତି। ପ୍ରକାଶ ଯେ, ୨୦୦୨ ଗୁଜରାଟ ଦଙ୍ଗା ଉପରେ ଗତବର୍ଷ ବିବିସି ପକ୍ଷରୁ ପ୍ରସାରିତ ଡକୁମେଣ୍ଟାରୀକୁ ନେଇ ବିବାଦ ଉଠିବା ପରେ ଅନିଲ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ। କେରଳର ୨୦ ଲୋକ ସଭା ଆସନରେ ଏପ୍ରିଲ ୨୬ରେ ନିର୍ବାଚନ ହେବ।
The post ପୁଅ ହାରିବା ପାଇଁ ପ୍ରାର୍ଥନା କଲେ ଏହି ବରିଷ୍ଠ ନେତା appeared first on Dharitri Odia News.