ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ, ସମ୍ପର୍କୀୟ ଗୁରୁତର
ଭଞ୍ଜନଗର,୨୭।୯: ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୁନାଖାଇ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଘର ପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ କୌଣସି କାରଣ ବଶତଃ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ସେତିକିବେଳେ ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହା ଦେଖି ବାପା ଏବଂ ତାଙ୍କ ଜଣେ ସମ୍ପର୍କୀୟ […] The post ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ, ସମ୍ପର୍କୀୟ ଗୁରୁତର appeared first on Dharitri Odia News.
ଭଞ୍ଜନଗର,୨୭।୯: ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୁନାଖାଇ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଘର ପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ କୌଣସି କାରଣ ବଶତଃ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ସେତିକିବେଳେ ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହା ଦେଖି ବାପା ଏବଂ ତାଙ୍କ ଜଣେ ସମ୍ପର୍କୀୟ ପୁଅଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପୁଅ କୌଶଳ କ୍ରମେ ବିଦ୍ୟୁତ୍ ଆଘତରୁ ବର୍ତ୍ତିଯାଇଥିବା ବେଳେ ବାପା ଏବଂ ତାଙ୍କ ସମ୍ପର୍କୀୟ ବିଦ୍ୟୁତ୍ ତାର ସମ୍ପର୍କରେ ଆସି ଯାଇଥିଲେ। ଫଳରେ ସେମାନେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପର୍କୀୟ ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।
The post ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ, ସମ୍ପର୍କୀୟ ଗୁରୁତର appeared first on Dharitri Odia News.