ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଯାଜପୁର ଟାଉନ,୨୪ା୫(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ତୋଟାସାହିରେ ୭ ବର୍ଷର ନାବାଳକ ସାଇରାମ୍ ପରିଡ଼ାଙ୍କୁ ତାଙ୍କ ମା’ ୧୮ହଜାର ଟଙ୍କାରେ ବିକ୍ରିକରି ଦେଇଛନ୍ତି। ଏନେଇ ନାବାଳକଙ୍କ ବାପା ପ୍ରଶାନ୍ତ ପରିଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି, ସେ ୮ ବର୍ଷ ତଳେ ଛତିଶିଦେବିଲ ଆରଖିଆବାଙ୍କ ଗ୍ରାମର ପୂଜା ପରିଡ଼ାଙ୍କୁ ବିବାହ କରିଥିଲେ। ବିବାହ ପରେ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ୪ ବର୍ଷ ହେବ ଉଭୟଙ୍କ ମଧ୍ୟରେ କଳହ […] The post ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ଯାଜପୁର ଟାଉନ,୨୪ା୫(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ତୋଟାସାହିରେ ୭ ବର୍ଷର ନାବାଳକ ସାଇରାମ୍ ପରିଡ଼ାଙ୍କୁ ତାଙ୍କ ମା’ ୧୮ହଜାର ଟଙ୍କାରେ ବିକ୍ରିକରି ଦେଇଛନ୍ତି। ଏନେଇ ନାବାଳକଙ୍କ ବାପା ପ୍ରଶାନ୍ତ ପରିଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ପ୍ରଶାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି, ସେ ୮ ବର୍ଷ ତଳେ ଛତିଶିଦେବିଲ ଆରଖିଆବାଙ୍କ ଗ୍ରାମର ପୂଜା ପରିଡ଼ାଙ୍କୁ ବିବାହ କରିଥିଲେ। ବିବାହ ପରେ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ୪ ବର୍ଷ ହେବ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିବାରୁ ପୂଜା ପୁଅକୁ ଧରି ବାପଘର ଆରଖିଆବାଙ୍କକୁ ପଳାଇ ଆସିଥିଲେ। ପରେ ଯାଜପୁର ରୋଡ୍ରେ ରହି ଏକ ହୋଟେଲ୍ରେ କାମ କରୁଥିଲେ। ୩ ବର୍ଷ ପରେ ପୂଜା ପୁଣି ବାପଘରକୁ ଫେରିଥିଲେ। ଖବର ପାଇ ପ୍ରଶାନ୍ତ ସେଠାକୁ ଯାଇଥିଲେ। ପୁଅକୁ ନ ପାଇବାରୁ ପୂଜାଙ୍କୁ ପଚାରିଥିଲେ। ପୂଜା ଯାଜପୁରରୋଡ୍ର ଏକ ହୋଟେଲ୍ରେ କାମ କରୁଥିଲାବେଳେ ପୁଅର ଦେହ ଖରାପ ହେବାରୁ ସେ ଜଣେ ବ୍ୟକ୍ତିଙ୍କୁ ୧୮ହଜାର ଟଙ୍କାରେ ବିକ୍ରି କରିଦେଇଥିବା କହିଥିଲେ। ଏହା ଶୁଣିବା ପରେ ପ୍ରଶାନ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି। ଜିଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଯାଜପୁର ସଦର ଥାନାରେ ଏତଲା ଦିଆଯାଇଛି।
The post ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.