ପୁଅର କଲେଜ ଫି ଦେବାକୁ ଭିକ ମାଗିଥିଲେ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରାୟ ୧୮ ମାସ ଜେଲରେ ରହି ଫେରିଥିବା ଆପ୍ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ତାଙ୍କ ପୁଅର କଲେଜ ଫି’ ଦେବାକୁ ତାଙ୍କୁ ଲୋକଙ୍କୁ ଭିକ ମାଗିବାକୁ ପଡ଼ିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଥିଲା। ଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷ ସିସୋଦିଆ କହିଥିଲେ, ମୁଁ ସାମ୍ବାଦିକ ଥିବା ବେଳେ ୨୦୦୨ […]

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରାୟ ୧୮ ମାସ ଜେଲରେ ରହି ଫେରିଥିବା ଆପ୍ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ତାଙ୍କ ପୁଅର କଲେଜ ଫି’ ଦେବାକୁ ତାଙ୍କୁ ଲୋକଙ୍କୁ ଭିକ ମାଗିବାକୁ ପଡ଼ିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଥିଲା। ଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷ ସିସୋଦିଆ କହିଥିଲେ, ମୁଁ ସାମ୍ବାଦିକ ଥିବା ବେଳେ ୨୦୦୨ ମସିହାରେ ୫ ଲକ୍ଷ ଟଙ୍କା ଦେଇ ଛୋଟିଆ ଘରଟିଏ କିଣିଥିଲି। ସେମାନେ (ଇଡି) ସେହି ଘରକୁ ସିଲ୍ କରିଦେଲେ ଓ ନିଜ ହେପାଜତକୁ ନେଇଗଲେ। ମୋ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଥିଲା। ତାହା ମୋ ଦରମା ଟଙ୍କାରୁ ରହିଥିଲା। ସେମାନେ ମୋ ଟଙ୍କା ମଧ୍ୟ ନେଇଗଲେ। ମୋ ପୁଅ କଲେଜରେ ପଢ଼େ। ଇଡି ମୋ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେବାରୁ ମୁଁ ପୁଅର କଲେଜ୍ ଫି ଦେବାପାଇଁ ଲୋକଙ୍କୁ ଭିକ ମାଗିଥିଲି ।