ପୁଅର ସ୍ମୃତିରେ ବୁଲି ବୁଲି ଲଗାଉଛନ୍ତି ଗଛ । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଅଜବ ନିଶା ।

କନକ ବ୍ୟୁରୋ: ଗଛ ଆମ ଜୀବନରେ କେତେ ଜରୁରୀ ? ଗଛ ବିନା କଣ ବଞ୍ଚିବା ସମ୍ଭବପର ? ଗଛ ଥିଲା ବୋଲି ଆମେ ଅଛୁ । ଗଛ ଅଛି ବୋଲି ଆମ ଜୀବନ ବି ଅଛି । ଏସବୁକୁ ବୁଝିଛନ୍ତି ଆଉ ଅନ୍ୟକୁ ବୁଝାଉଛନ୍ତି ବାଲେଶ୍ଵରର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦିଲ୍ଲୀପ ସାହୁ । ଗଛ ଯେ କେତେ ଆବଶ୍ୟକ ସେ ବାର୍ତ୍ତା ବାଣ୍ଟୁଛନ୍ତି । ପଢ଼ନ୍ତୁ ବାଲେଶ୍ବରରୁ ଏମିତି ଜଣେ ବୃକ୍ଷ ବନ୍ଧୁଙ୍କ କାହାଣୀ ।  ବଞ୍ଚିବା ପାଇଁ ବାଟ ଦେଖାଏ । ବିଷ ବଳୟରୁ ମୁକ୍ତି ଦିଏ । ବିଶୁଦ୍ଧ ସମାଜ ଭେଟି ଦିଏ, ସେ ଗଛ, ପ୍ରକୃତିର ବରଦାନ ଆଉ ମଣିଷ ଜୀବନର ଏକମାତ୍ର ସାଥି । ଏସବୁ କଥା କୁ ବୋଧେ ସବୁଠୁ ଭଲରେ ବୁଝିଛନ୍ତି ବାଲେଶ୍ଵର ଭାସ୍କର ଗଞ୍ଜ ଅଂଚଳର ଦିଲ୍ଲୀପ ସାହୁ। ପେଶାରେ ବ୍ୟାଙ୍କ କର୍ମଚାରୀ କିନ୍ତୁ ନିଶା ଥିଲା କିଛି ଅଲଗା କରିବା । ଯେବେଠୁ ତାଙ୍କର ପୁଅକୁ କର୍କଟ ରୋଗରେ ହରାଇଛନ୍ତି ସେବେଠୁ ଯେମିତି ଗଛ ଭିତରେ ନିଜ ପୁଅକୁ ସେ ପାଇଛନ୍ତି । ସେଥିପାଇଁ ବାଲେଶ୍ଵର ସହର ସାରା ବୁଲି ବୁଲି ଗଛ ଲଗାନ୍ତି । ଆଜିକୁ ୧୨ ବର୍ଷ ହେବ ଗଛ ଲଗେଇ ଆସୁଛନ୍ତି  ଦିଲ୍ଲୀପ ।  ବାଲେଶ୍ଵର ଭାସ୍କର ଗଞ୍ଜ ଅଞ୍ଚଳରେ ରୁହନ୍ତି ଦିଲ୍ଲୀପ ସାହୁ । ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ଖାଲି ଗଛ ଲଗାଉନାହାନ୍ତି ଦିଲ୍ଲିପ ଏହାସହ ପ୍ରତି ବର୍ଷ ଶହ ଶହ ଗଛ ବିଭିନ୍ନ ସ୍ଥାନକୁ ଯାଇ ବାଣ୍ଟୁଛନ୍ତି । ଜାତୀୟ ରାଜପଥ ତିଆରି ପାଇଁ ପୁରୁଣା ଗଛ ସବୁ କାଟି ଦିଆ ଯାଉଛି ତେଣୁ ଖାଲି ସ୍ଥାନ

ପୁଅର ସ୍ମୃତିରେ ବୁଲି ବୁଲି ଲଗାଉଛନ୍ତି ଗଛ । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଅଜବ ନିଶା ।

କନକ ବ୍ୟୁରୋ: ଗଛ ଆମ ଜୀବନରେ କେତେ ଜରୁରୀ ? ଗଛ ବିନା କଣ ବଞ୍ଚିବା ସମ୍ଭବପର ? ଗଛ ଥିଲା ବୋଲି ଆମେ ଅଛୁ । ଗଛ ଅଛି ବୋଲି ଆମ ଜୀବନ ବି ଅଛି । ଏସବୁକୁ ବୁଝିଛନ୍ତି ଆଉ ଅନ୍ୟକୁ ବୁଝାଉଛନ୍ତି ବାଲେଶ୍ଵରର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦିଲ୍ଲୀପ ସାହୁ । ଗଛ ଯେ କେତେ ଆବଶ୍ୟକ ସେ ବାର୍ତ୍ତା ବାଣ୍ଟୁଛନ୍ତି । ପଢ଼ନ୍ତୁ ବାଲେଶ୍ବରରୁ ଏମିତି ଜଣେ ବୃକ୍ଷ ବନ୍ଧୁଙ୍କ କାହାଣୀ । 


ବଞ୍ଚିବା ପାଇଁ ବାଟ ଦେଖାଏ । ବିଷ ବଳୟରୁ ମୁକ୍ତି ଦିଏ । ବିଶୁଦ୍ଧ ସମାଜ ଭେଟି ଦିଏ, ସେ ଗଛ, ପ୍ରକୃତିର ବରଦାନ ଆଉ ମଣିଷ ଜୀବନର ଏକମାତ୍ର ସାଥି । ଏସବୁ କଥା କୁ ବୋଧେ ସବୁଠୁ ଭଲରେ ବୁଝିଛନ୍ତି ବାଲେଶ୍ଵର ଭାସ୍କର ଗଞ୍ଜ ଅଂଚଳର ଦିଲ୍ଲୀପ ସାହୁ। ପେଶାରେ ବ୍ୟାଙ୍କ କର୍ମଚାରୀ କିନ୍ତୁ ନିଶା ଥିଲା କିଛି ଅଲଗା କରିବା । ଯେବେଠୁ ତାଙ୍କର ପୁଅକୁ କର୍କଟ ରୋଗରେ ହରାଇଛନ୍ତି ସେବେଠୁ ଯେମିତି ଗଛ ଭିତରେ ନିଜ ପୁଅକୁ ସେ ପାଇଛନ୍ତି । ସେଥିପାଇଁ ବାଲେଶ୍ଵର ସହର ସାରା ବୁଲି ବୁଲି ଗଛ ଲଗାନ୍ତି । ଆଜିକୁ ୧୨ ବର୍ଷ ହେବ ଗଛ ଲଗେଇ ଆସୁଛନ୍ତି  ଦିଲ୍ଲୀପ । 

ବାଲେଶ୍ଵର ଭାସ୍କର ଗଞ୍ଜ ଅଞ୍ଚଳରେ ରୁହନ୍ତି ଦିଲ୍ଲୀପ ସାହୁ । ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ଖାଲି ଗଛ ଲଗାଉନାହାନ୍ତି ଦିଲ୍ଲିପ ଏହାସହ ପ୍ରତି ବର୍ଷ ଶହ ଶହ ଗଛ ବିଭିନ୍ନ ସ୍ଥାନକୁ ଯାଇ ବାଣ୍ଟୁଛନ୍ତି । ଜାତୀୟ ରାଜପଥ ତିଆରି ପାଇଁ ପୁରୁଣା ଗଛ ସବୁ କାଟି ଦିଆ ଯାଉଛି ତେଣୁ ଖାଲି ସ୍ଥାନ ଦେଖି ଗଛ ଲଗାଇବା ପାଇଁ ଯୁବ ପିଢ଼ୀଙ୍କୁ ଗଛ ଯୋଗେଇ ଆସୁଛନ୍ତି ଦିଲ୍ଲୀପ । 
ଏହା ସହ ବିଭିନ୍ନ କ୍ଲବ ପିଲାଙ୍କୁ ମଧ୍ୟ ଗଛ ଲଗାଇବାକୁ ଉତ୍ସାହିତ କରି ଗଛ ଦେଉଛନ୍ତି । ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ବ।ଣ୍ଟୁଛନ୍ତି ଦିଲ୍ଲୀପ । ସେତିକି ନୁହେଁ ଯେ ଗଛକୁ ଯତ୍ନ ନେଇ ଭଲରେ ବଢେଇବ ତାଂକୁ ପୁରସ୍କାର ମଧ୍ୟ ଦେଉଛନ୍ତି । ନିକଟରେ ନିଜ ଗୁରୁ ଗଛ ଉପରେ ଲେଖିଥିବା ମୁଁ ଗଛ କହୁଛି ଓ ନିଶା ନିବାରଣ ଉପରେ ବହି ଛାପି ମାଗଣାରେ ବିଭିନ୍ନ ସ୍କୁଲକୁ ଯାଇ ବାଣ୍ଟୁଛନ୍ତି । ଲସ୍କୁଲ୍‌କୁ ସ୍କୁଲ୍‌ ବୁଲି ଛାତ୍ରଛାତ୍ରୀମାନଙ୍କୁ ଗଛର ଉପକାରିତା ସମ୍ପର୍କରେ ବାର୍ତ୍ତା ଦେଉଛନ୍ତି । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ କରିଚ।ଲିବେ ବୋଲି କୁହନ୍ତି ଦିଲ୍ଲୀପ ।