ପୁଅରୁ ଝିଅ ହୋଇ କ୍ରିକେଟର ଦେଖାଇଲେ ଜଲଓ୍ୱା, ବିଚ୍ ରାସ୍ତାରେ ଖେଳିଲେ କ୍ରିକେଟ

ମୁମ୍ୱାଇ ୨୭/୦୩: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କୋଚ୍ ସଞ୍ଜୟ ବାଙ୍ଗର । ଏବେ ତାଙ୍କ ପୁଅ ଆର୍ଯ୍ୟନ ଓରଫ ଅନାୟାଙ୍କୁ ନେଇ ସବୁଠି ଚର୍ଚ୍ଚା । କାରଣ ସେ ଏବେ ପୁଅରୁ ହୋଇଛନ୍ତି ଝିଅ । ଲିଙ୍ଗ ପରିବର୍ତ୍ତନ କରି ଆର୍ଯ୍ୟନ ଏବେ ଅନାୟା । ସେ ୨୦୨୩ HRT ଜରିଆରେ ନିଜର ଅପରେସନ କରିଥିଲେ । ଏହାରି ଭିତରେ ଭାଇରାଲ ହେଉଛି ଆର୍ଯ୍ୟନ ଓରଫ ଅନାୟାଙ୍କ ଭିଡିଓ । ଯେଉଂଥିରେ ସେ ବିଚ୍ ରାସ୍ତାରେ ଖେଳୁଛନ୍ତି କ୍ରିକେଟ । ହ୍ୱାଇଟ୍ କଲର ଡ୍ରେସ୍ ପିନ୍ଧି ସେ ରାସ୍ତାରେ ଖେଳୁଥିବା ନଜର ଆସିଛନ୍ତି । ଆର୍ଯ୍ୟନ ବାଙ୍ଗର ଓରଫ ଅନାୟାଙ୍କ ବାପା ସଞ୍ଜୟ ବାଙ୍ଗର ଏବେ ବି ସକ୍ରିୟ କ୍ରିକେଟରେ କୋଚ୍ ଅଛନ୍ତି । ବାଙ୍ଗର ଆଇପିଏଲ୍‌ରେ ପଞ୍ଜାବ ଓ ଆରସିବି ପକ୍ଷରୁ କୋଚିଂ ଦେଇଛନ୍ତି । View this post on InstagramA post shared by Anaya Bangar (@anayabangar)ସଞ୍ଜୟ ବାଙ୍ଗର ଟିମ୍ ଇଣ୍ଡିଆରେ ବ୍ୟାଟିଂ କୋଚି ବି ରହିସାରିଛନ୍ତି । ୫୨ ବର୍ଷୀୟ ବାଙ୍ଗର ଭାରତ ପାଇଁ ୧୨ ଟେଷ୍ଟ ଏବଂ ୧୫ ଦିନିକିଆ ଖେଳିଛନ୍ତି । ଏହାରି ଭିତରେ ସେ ୬୫୦ ରନ୍ କରିବା ସହ ୧୪ ଓ୍ୱିକେଟ୍ ନେଇଛନ୍ତି । ସେହିଭଳି ଆର୍ଯ୍ୟନ ୧୮ ବର୍ଷ ବୟସରେ ହିଙ୍କଲେ କ୍ରିକେଟ କ୍ଲବର ପ୍ରତିନିଧିତ୍ୱ କରିବା ପୂର୍ବରୁ ମୁମ୍ୱାଇ ସ୍ଥାନୀୟ କ୍ଲବ କ୍ରିକେଟରେ ଇସ୍‌ଲାମ ଜିମଖାନା ପାଇଁ ଖେଳିଛନ୍ତି । ଆର୍ଯ୍ୟନ ୨୦୧୯ରେ ରାଷ୍ଟ୍ରୀୟ ଅଣ୍ଡର ୧୯ରେ ପୁଡୁଚେରୀରୁ ପ୍ରତିନିଧିତ୍ୱ କରିଛନ୍

ପୁଅରୁ ଝିଅ ହୋଇ କ୍ରିକେଟର ଦେଖାଇଲେ ଜଲଓ୍ୱା, ବିଚ୍ ରାସ୍ତାରେ ଖେଳିଲେ କ୍ରିକେଟ

ମୁମ୍ୱାଇ ୨୭/୦୩: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କୋଚ୍ ସଞ୍ଜୟ ବାଙ୍ଗର । ଏବେ ତାଙ୍କ ପୁଅ ଆର୍ଯ୍ୟନ ଓରଫ ଅନାୟାଙ୍କୁ ନେଇ ସବୁଠି ଚର୍ଚ୍ଚା । କାରଣ ସେ ଏବେ ପୁଅରୁ ହୋଇଛନ୍ତି ଝିଅ । ଲିଙ୍ଗ ପରିବର୍ତ୍ତନ କରି ଆର୍ଯ୍ୟନ ଏବେ ଅନାୟା । ସେ ୨୦୨୩ HRT ଜରିଆରେ ନିଜର ଅପରେସନ କରିଥିଲେ । 

ଏହାରି ଭିତରେ ଭାଇରାଲ ହେଉଛି ଆର୍ଯ୍ୟନ ଓରଫ ଅନାୟାଙ୍କ ଭିଡିଓ । ଯେଉଂଥିରେ ସେ ବିଚ୍ ରାସ୍ତାରେ ଖେଳୁଛନ୍ତି କ୍ରିକେଟ । ହ୍ୱାଇଟ୍ କଲର ଡ୍ରେସ୍ ପିନ୍ଧି ସେ ରାସ୍ତାରେ ଖେଳୁଥିବା ନଜର ଆସିଛନ୍ତି । ଆର୍ଯ୍ୟନ ବାଙ୍ଗର ଓରଫ ଅନାୟାଙ୍କ ବାପା ସଞ୍ଜୟ ବାଙ୍ଗର ଏବେ ବି ସକ୍ରିୟ କ୍ରିକେଟରେ କୋଚ୍ ଅଛନ୍ତି । ବାଙ୍ଗର ଆଇପିଏଲ୍‌ରେ ପଞ୍ଜାବ ଓ ଆରସିବି ପକ୍ଷରୁ କୋଚିଂ ଦେଇଛନ୍ତି । 

ସଞ୍ଜୟ ବାଙ୍ଗର ଟିମ୍ ଇଣ୍ଡିଆରେ ବ୍ୟାଟିଂ କୋଚି ବି ରହିସାରିଛନ୍ତି । ୫୨ ବର୍ଷୀୟ ବାଙ୍ଗର ଭାରତ ପାଇଁ ୧୨ ଟେଷ୍ଟ ଏବଂ ୧୫ ଦିନିକିଆ ଖେଳିଛନ୍ତି । ଏହାରି ଭିତରେ ସେ ୬୫୦ ରନ୍ କରିବା ସହ ୧୪ ଓ୍ୱିକେଟ୍ ନେଇଛନ୍ତି । ସେହିଭଳି ଆର୍ଯ୍ୟନ ୧୮ ବର୍ଷ ବୟସରେ ହିଙ୍କଲେ କ୍ରିକେଟ କ୍ଲବର ପ୍ରତିନିଧିତ୍ୱ କରିବା ପୂର୍ବରୁ ମୁମ୍ୱାଇ ସ୍ଥାନୀୟ କ୍ଲବ କ୍ରିକେଟରେ ଇସ୍‌ଲାମ ଜିମଖାନା ପାଇଁ ଖେଳିଛନ୍ତି । 

ଆର୍ଯ୍ୟନ ୨୦୧୯ରେ ରାଷ୍ଟ୍ରୀୟ ଅଣ୍ଡର ୧୯ରେ ପୁଡୁଚେରୀରୁ ପ୍ରତିନିଧିତ୍ୱ କରିଛନ୍ତି । ଯେଉଁଠି ସେ ୫ ମ୍ୟାଚ୍ ରେ ୧୫୦ ରନ୍  ହାଇଏଷ୍ଟ ସ୍କୋର କରିଛନ୍ତି । ଦୁଇଟି ଅର୍ଦ୍ଧଶତକ ସହ ୩୦୦ ରନି କରିଛନ୍ତି । ୨୦ଟି ଓ୍ୱିକେଟ୍ ବି ନେଇଛନ୍ତି ।