ପୁଞ୍ଜି ବଜାରରେ ଭୂମିକମ୍ପ, ଭୁଶୁଡ଼ିଲା ସେୟାର; ନିମିଷକେ ଉଡ଼ିଗଲା ନିବେଶକଙ୍କ ୧୮ ଲକ୍ଷ କୋଟି
ମୁମ୍ବାଇ: ପୁଞ୍ଜି ବଜାରେ ସଂକଟ । ମାର୍କେଟ୍ ଖୋଲିବା ମାତ୍ରେ ଉଡ଼ିଲା ନିବେଶକଙ୍କ ଟଙ୍କା । ସୋମବାର ସେୟାର ବଜାର ଖୋଲୁ ଖୋଲୁ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଯାଇଛି । ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ । ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି । ସେନସେକ୍ସ ୨୫୦୦ ପାଏଣ୍ଟ ହ୍ରାସ ପାଇଛି । ଯାହା ଫଳରେ ୮୦ ହଜାର ତଳୁକୁ ଖସି ଆସିଛି ସେନସେକ୍ସ । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରାୟ ୫୦୦ ପଏଣ୍ଟ ହ୍ରାସ ପାଇଛି ।ସେନ୍ସେକ୍ସ ୩.୩ % ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୪.୧ % ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଏହି ବିରାଟ ହ୍ରାସ୍ର କିଛି ମିନିଟ୍ ମଧ୍ୟରେ ଷ୍ଟକ୍ ମାର୍କେଟ ନିବେଶକ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଫଳରେ ୩୦ଟି ଲାଭ ଦାୟକ କମ୍ପାନୀର ସେୟାରର ତଳୁମୁହାଁ ହୋଇଛି । ଆମେରିକା ବଜାରରେ ମାନ୍ଦାବସ୍ଥା ପାଇଁ ସେୟାର ବଜାର କୁ ଏପରି ସଂକଟ ଆସିଥିବା କୁହାଯାଉଛି । କେହି କେହି ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ଏଭଳି ହୋଇଥାଏ ବୋଲି କୁହାଯାଉଛି । ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି। ଯାହା ସର୍ବକାଳୀନ ନିମ୍ନରେ ଥିବା ଅର୍ଥନୈତିଜ୍ଞମାନେ ମତ ରଖିଛନ୍ତି। ଗତ ଶୁକ୍ରବାର ମଧ୍ୟ ସେନ୍ସେକ୍ସ ହ୍ରାସ ପାଇଥିଲା। ଏଥିଯୋଗୁ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କାର ବୁ
ମୁମ୍ବାଇ: ପୁଞ୍ଜି ବଜାରେ ସଂକଟ । ମାର୍କେଟ୍ ଖୋଲିବା ମାତ୍ରେ ଉଡ଼ିଲା ନିବେଶକଙ୍କ ଟଙ୍କା । ସୋମବାର ସେୟାର ବଜାର ଖୋଲୁ ଖୋଲୁ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଯାଇଛି । ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ । ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି । ସେନସେକ୍ସ ୨୫୦୦ ପାଏଣ୍ଟ ହ୍ରାସ ପାଇଛି । ଯାହା ଫଳରେ ୮୦ ହଜାର ତଳୁକୁ ଖସି ଆସିଛି ସେନସେକ୍ସ । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରାୟ ୫୦୦ ପଏଣ୍ଟ ହ୍ରାସ ପାଇଛି ।
ସେନ୍ସେକ୍ସ ୩.୩ % ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୪.୧ % ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଏହି ବିରାଟ ହ୍ରାସ୍ର କିଛି ମିନିଟ୍ ମଧ୍ୟରେ ଷ୍ଟକ୍ ମାର୍କେଟ ନିବେଶକ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଫଳରେ ୩୦ଟି ଲାଭ ଦାୟକ କମ୍ପାନୀର ସେୟାରର ତଳୁମୁହାଁ ହୋଇଛି । ଆମେରିକା ବଜାରରେ ମାନ୍ଦାବସ୍ଥା ପାଇଁ ସେୟାର ବଜାର କୁ ଏପରି ସଂକଟ ଆସିଥିବା କୁହାଯାଉଛି । କେହି କେହି ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ଏଭଳି ହୋଇଥାଏ ବୋଲି କୁହାଯାଉଛି । ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି। ଯାହା ସର୍ବକାଳୀନ ନିମ୍ନରେ ଥିବା ଅର୍ଥନୈତିଜ୍ଞମାନେ ମତ ରଖିଛନ୍ତି। ଗତ ଶୁକ୍ରବାର ମଧ୍ୟ ସେନ୍ସେକ୍ସ ହ୍ରାସ ପାଇଥିଲା। ଏଥିଯୋଗୁ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କାର ବୁଡି ଯାଇଥିଲା । ସୋମବାର ପୁଣି ଥରେ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି ।