ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି

କ୍ୱିଭ,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ଅଶୋଧିତ ତୈଳ କ୍ରୟ ମାଧ୍ୟମରେ ଭାରତ ରୁଷିଆର ଯୁଦ୍ଧ ଅର୍ଥନୀତି ବଜାୟ ରଖିବାରେ ସାହାଯ୍ୟ କରିଛି । ଏହା ସହିତ ସେ କ୍ୱିଭର ଶାନ୍ତି ପ୍ରୟାସର ସଫଳତା ନିଶ୍ଚିତ କରିବାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ନୂଆଦିଲ୍ଲୀକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାର୍ତ୍ତାଳାପ ପରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଜେଲେନସ୍କି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […] The post ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି appeared first on Dharitri Odia News.

ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି

କ୍ୱିଭ,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ଅଶୋଧିତ ତୈଳ କ୍ରୟ ମାଧ୍ୟମରେ ଭାରତ ରୁଷିଆର ଯୁଦ୍ଧ ଅର୍ଥନୀତି ବଜାୟ ରଖିବାରେ ସାହାଯ୍ୟ କରିଛି । ଏହା ସହିତ ସେ କ୍ୱିଭର ଶାନ୍ତି ପ୍ରୟାସର ସଫଳତା ନିଶ୍ଚିତ କରିବାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ନୂଆଦିଲ୍ଲୀକୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାର୍ତ୍ତାଳାପ ପରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଜେଲେନସ୍କି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ ମସ୍କୋ ଗସ୍ତରେ ଆସିଥିଲେ। ଏହି ସମୟରେ ରୁଷିଆ ୟୁକ୍ରେନର ବୃହତ୍ତମ ଶିଶୁ ଡାକ୍ତରଖାନା ଉପରେ ଆକ୍ରମଣ କରି ସ୍ପଷ୍ଟ କରିଦେଇଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ କିମ୍ବା ଏହାର ନେତାମାନଙ୍କୁ ସମ୍ମାନ କରନ୍ତି ନାହିଁ।

ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏକ ବହୁତ ବଡ ଦେଶ ଏବଂ ରୁଷିଆର ଅର୍ଥନୀତି ଉପରେ ଭାରତର ବହୁତ ପ୍ରଭାବ ରହିଛି। ତୈଳ କ୍ରୟ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲାଖୋଲି ଭାବେ କଥାବାର୍ତ୍ତା କରିଛନ୍ତି ଯେ ରୁଷିଆ ଏଥିରୁ ବିପୁଳ ଆୟ କରୁଛି, ଯାହା ସେମାନଙ୍କ ସୈନ୍ୟବାହିନୀକୁ ଆର୍ଥିକ ସହାୟତା କରିବାରେ ସାହାଯ୍ୟ କରିଥାଏ। ଭାରତର ଭୂମିକା ଉପରେ ଜେଲେନସ୍କି କହିଛନ୍ତି ଯେ ଯଦି ଭାରତ ତେଲ ଆମଦାନୀ ବନ୍ଦ କରିଦିଏ ତେବେ ପୁଟିନ ସବୁଠାରୁ ବଡ ଆହ୍ବାନର ସମ୍ମୁଖୀନ ହେବେ। ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ଅପେକ୍ଷା ଅଧିକ ଶାନ୍ତି ଚାହୁଁଛନ୍ତି ଏବଂ ସମସ୍ୟା ହେଉଛି ପୁଟିନ ଶାନ୍ତି ଚାହୁଁନାହାଁନ୍ତି।

The post ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି appeared first on Dharitri Odia News.