ପୁଣି ଅଘଟଣ,ଗୁଡ଼ି ସୁତା ଲାଗି ୨ ଗୁରୁତର
କଟକ : ପୁଣି ଗୁଡ଼ି ସୁତା ଲାଗି କଟିଗଲା ବେକ I ବାରମ୍ବାର ଏହି ଭଳି ଘଟଣା ଘଟୁଥିଲେ ମଧ୍ୟ ମାନୁ ନାହାନ୍ତି ଅମାନିଆ,ଚେତୁନାହିଁ ସ୍ଥାନୀୟ ପ୍ରଶାସନ I ଆଜି ପୁଣି ଚାଇନା ଗୁଡ଼ିସୂତା ଲାଗି ୨ ବାଇକ ଆରୋହୀଙ୍କ ବେକ କଟିଛି I ଏଭଳି ଅଭବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଲିକୁଦା ଛକରେ I ସେମାନେ ନିଆଳିରୁ କଟକ ଆସୁଥିବାବେଳେ ବାଲିକୁଦା ଛକରେ ଏହି ଅଘଟଣ ଘଟିଥିଲା I ଜଣଙ୍କର ବେକରେ ସୂତା ଲାଗି […]

କଟକ : ପୁଣି ଗୁଡ଼ି ସୁତା ଲାଗି କଟିଗଲା ବେକ I ବାରମ୍ବାର ଏହି ଭଳି ଘଟଣା ଘଟୁଥିଲେ ମଧ୍ୟ ମାନୁ ନାହାନ୍ତି ଅମାନିଆ,ଚେତୁନାହିଁ ସ୍ଥାନୀୟ ପ୍ରଶାସନ I ଆଜି ପୁଣି ଚାଇନା ଗୁଡ଼ିସୂତା ଲାଗି ୨ ବାଇକ ଆରୋହୀଙ୍କ ବେକ କଟିଛି I ଏଭଳି ଅଭବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଲିକୁଦା ଛକରେ I ସେମାନେ ନିଆଳିରୁ କଟକ ଆସୁଥିବାବେଳେ ବାଲିକୁଦା ଛକରେ ଏହି ଅଘଟଣ ଘଟିଥିଲା I ଜଣଙ୍କର ବେକରେ ସୂତା ଲାଗି କଟିଥିବାବେଳେ ଯିଏ ପଛରେ ବସିଥିଲେ ତାଙ୍କ ହାତ ପାପୁଲିରେ ଲାଗି କଟି ଯାଇଛି I ୨ ଯୁବକଙ୍କ ଘର ନିଆଳି ଅଂଚଳରେ ବୋଲି ଜଣାପଡିଛି I