ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ
କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବିଚଳଚୁଆଁ ଗାଁରେ ମଙ୍ଗଳବାର ପୁଣି ଅଜଣା ରୋଗରେ ଜଣେ ୩ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, କିଛି ଦିନ ହେଲା ୩ ବର୍ଷୀୟା ଝିଅକୁ ଥଣ୍ଡା, ଜ୍ବର ହୋଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ମେଡିକାଲ ଆସିଥିଲେ। ହେଲେ ସେଠାରେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଅଜଣା ରୋଗରେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ […] The post ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ appeared first on Dharitri Odia News.
କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବିଚଳଚୁଆଁ ଗାଁରେ ମଙ୍ଗଳବାର ପୁଣି ଅଜଣା ରୋଗରେ ଜଣେ ୩ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ମିଳିଥିବା ସୂଚନା ମୁତାବକ, କିଛି ଦିନ ହେଲା ୩ ବର୍ଷୀୟା ଝିଅକୁ ଥଣ୍ଡା, ଜ୍ବର ହୋଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ମେଡିକାଲ ଆସିଥିଲେ। ହେଲେ ସେଠାରେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଅଜଣା ରୋଗରେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ନାରାୟଣପାଟଣାରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
The post ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ appeared first on Dharitri Odia News.