ପୁଣି ଆଳୁକୁ ନେଇ ଚିନ୍ତା, ଅମଳ ପରେ କିଲୋ ପିଛା ଦର ମାତ୍ର ୧୦ ଟଙ୍କା

ଭୁବନେଶ୍ଵର: ଆଳୁକୁ ନେଇ ରାଜ୍ୟରେ ସବୁବେଳେ ଚର୍ଚ୍ଚା । ବଜାରରେ ଆଳୁର ଅଭାବ ନେଇ କେତେବେଳେ ଖାଉଟି ଚିନ୍ତାରେ ତ ଆଉ କେତେବେଳେ ଅଭାବୀ ବିକ୍ରି ନେଇ ଚାଷୀ ହତାଶ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଏବେ ଆଳୁର ଅଭାବୀ ବିକ୍ରି ନେଇ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଳଭଣ୍ଡାର ନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଏବେ ପଚିଯାଉଛି। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗତ କିଛିଦିନ ତଳେ ଆଳୁ କିଲୋ ୫୦ଟଙ୍କା ଛୁଇଁଥିଲା। ଏପରିକି ବଜାରରୁ ଆଳୁ ଗାଏବ ହୋଇଯାଇଥିଲା। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଅମଳ ପରେ ପଚିଯାଉଛି କୁଇଣ୍ଟାଲ କୁଇଣ୍ଟାଲ ଆଳୁ। ବସ୍ତା ବସ୍ତା ଆଳୁ କେଉଁଠି ରଖିବେ ତାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଢେଙ୍କାନାଳ ଗଁନ୍ଦିଆ ବ୍ଲକର ଗଁନ୍ଦିଆ , ବଣିଆପଡା, ପୁରୁହଖୋଜ, ସନ୍ଥପୁର ଆଦି ଅଂଚଳର ଆଳୁ ଚାଷୀମାନେ ଏକର ଏକର ଜମିରେ ଆଳୁ ଚାଷ କରିଥିଲେ।  ଅମଳ ପରେ ବେପାରୀ କିଲୋ ପିଛା ମାତ୍ର ୧୦ ଟଙ୍କା କହୁଛନ୍ତି।  ଫଳରେ  ଅଭାବୀ ବିକ୍ରି ର ସମ୍ମୁଖୀନ ହେଉଛନ୍ତି ଚାଷୀ। ଅନ୍ୟପଟେ  ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ମଧ୍ୟ ନାହିଁ।  ଫଳରେ ଚାଷୀମାନେ କମ୍ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। କାମାକ୍ଷାନଗର, ଓଡାପଡା ଆଦି ଅଂଚଳର ଆଳୁ ଚାଷୀଙ୍କ ଅବସ୍ଥା ମଧ୍ୟ ସମାନ। ଆଳୁ ସଙ୍କଟ ଦୂର କରିବାକୁ ସରକାର ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବା ଆବଶ୍ୟକ। ସ

ପୁଣି ଆଳୁକୁ ନେଇ ଚିନ୍ତା, ଅମଳ ପରେ କିଲୋ ପିଛା ଦର ମାତ୍ର ୧୦ ଟଙ୍କା

ଭୁବନେଶ୍ଵର: ଆଳୁକୁ ନେଇ ରାଜ୍ୟରେ ସବୁବେଳେ ଚର୍ଚ୍ଚା । ବଜାରରେ ଆଳୁର ଅଭାବ ନେଇ କେତେବେଳେ ଖାଉଟି ଚିନ୍ତାରେ ତ ଆଉ କେତେବେଳେ ଅଭାବୀ ବିକ୍ରି ନେଇ ଚାଷୀ ହତାଶ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଏବେ ଆଳୁର ଅଭାବୀ ବିକ୍ରି ନେଇ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଳଭଣ୍ଡାର ନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଏବେ ପଚିଯାଉଛି। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। 

ଗତ କିଛିଦିନ ତଳେ ଆଳୁ କିଲୋ ୫୦ଟଙ୍କା ଛୁଇଁଥିଲା। ଏପରିକି ବଜାରରୁ ଆଳୁ ଗାଏବ ହୋଇଯାଇଥିଲା। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଅମଳ ପରେ ପଚିଯାଉଛି କୁଇଣ୍ଟାଲ କୁଇଣ୍ଟାଲ ଆଳୁ। ବସ୍ତା ବସ୍ତା ଆଳୁ କେଉଁଠି ରଖିବେ ତାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଢେଙ୍କାନାଳ ଗଁନ୍ଦିଆ ବ୍ଲକର ଗଁନ୍ଦିଆ , ବଣିଆପଡା, ପୁରୁହଖୋଜ, ସନ୍ଥପୁର ଆଦି ଅଂଚଳର ଆଳୁ ଚାଷୀମାନେ ଏକର ଏକର ଜମିରେ ଆଳୁ ଚାଷ କରିଥିଲେ।  ଅମଳ ପରେ ବେପାରୀ କିଲୋ ପିଛା ମାତ୍ର ୧୦ ଟଙ୍କା କହୁଛନ୍ତି।  ଫଳରେ  ଅଭାବୀ ବିକ୍ରି ର ସମ୍ମୁଖୀନ ହେଉଛନ୍ତି ଚାଷୀ। ଅନ୍ୟପଟେ  ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ମଧ୍ୟ ନାହିଁ।  ଫଳରେ ଚାଷୀମାନେ କମ୍ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। 


କାମାକ୍ଷାନଗର, ଓଡାପଡା ଆଦି ଅଂଚଳର ଆଳୁ ଚାଷୀଙ୍କ ଅବସ୍ଥା ମଧ୍ୟ ସମାନ। ଆଳୁ ସଙ୍କଟ ଦୂର କରିବାକୁ ସରକାର ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବା ଆବଶ୍ୟକ। ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରାଗଲେ ଚାଷୀମାନେ ଆଳୁକୁ ସେଠାରେ ରଖିପାରନ୍ତେ। ତେବେ ଜିଲ୍ଲାରେ ମାସିକ ୧୦ ମେଟ୍ରିକ ଟନ ଆଳୁର ଆବଶ୍ୟକତା ଥିବା କହିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶିକା। ବଜାରରେ ଆଳୁ ସଙ୍କଟ ନେଇ ଚଳିତବର୍ଷ ଆଳୁ ଚାଷୀଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରିଛୁ।   ଏପରିକି ଚଳିତ ଋତୁରେ କିଲୋ ପିଛା ୧୦ଟଙ୍କା ଦରରେ ୩ହଜାର ୪୭୨ଜଣ ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଥିଲା। ଜିଲ୍ଲାରେ ମୋଟ ୫୩୭.୫ହେକ୍ଟର ଜାଗାରେ ଆଲୁଚାଷ ହୋଇଥିଲା ବେଳେ ୬୪.୪୪୦ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଛି।  

ଜିଲ୍ଲାରେ ମାସିକ ୧୦ମେଟ୍ରିକ ଟନ ଆଳୁର ଆବଶ୍ୟକତା ରହିଥିବା ବେଳେ ଉତ୍ପାଦିତ ହୋଇଥିବା ଆଳୁ ଖାଇବା ପାଇଁ ଅନ୍ୟୁନ ୬ମାସ ଲାଗିବ। ଏବେ ପ୍ରଶ ଉଠୁଛି ସଂରକ୍ଷିତ ପାଇଁ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇନଥିବା ବେଳେ ଚାଷୀମାନେ କରିବେ କଣ। ଆଳୁ ଚାଷୀଙ୍କ ଏହି କ୍ଷତିର ଭରଣା  କିଏ କରିବା ବୋଲି ବୁଦ୍ଧିଜୀବୀମାନେ  କହିଛନ୍ତି।