ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…
ଟେନ୍ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି। ଗୁରୁବାର ରାତିରେ ରେଞ୍ଜରା ରେଲଓ୍ବେ ସାଇଡିଂ ଷ୍ଟେଶନ ମାଷ୍ଟରଙ୍କୁ ଧମକ ଦେବା ସହ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି। ଜଙ୍ଗଲ ଅଞ୍ଚଳରେ ରାତିରେ ବଡ଼ ବିସ୍ଫୋରଣ ହେବାର ଶବ୍ଦ ଶୁଣା ଯାଉଥିବା ଷ୍ଟେଶନ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ହେଲେ ଏହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ସେହିପରି […] The post ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ… appeared first on Dharitri Odia News.
ଟେନ୍ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି। ଗୁରୁବାର ରାତିରେ ରେଞ୍ଜରା ରେଲଓ୍ବେ ସାଇଡିଂ ଷ୍ଟେଶନ ମାଷ୍ଟରଙ୍କୁ ଧମକ ଦେବା ସହ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି। ଜଙ୍ଗଲ ଅଞ୍ଚଳରେ ରାତିରେ ବଡ଼ ବିସ୍ଫୋରଣ ହେବାର ଶବ୍ଦ ଶୁଣା ଯାଉଥିବା ଷ୍ଟେଶନ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ହେଲେ ଏହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ସେହିପରି ଷ୍ଟେଶନ ନିକଟ ବାଙ୍କ ଗ୍ରାମରେ ମଧ୍ୟରେ ବି ଲାଗିଛି ପୋଷ୍ଟର। ସୁରକ୍ଷାବାହିନୀ ଓ ପୋଲିସ ମିଳିତରେ ଚାଲିଛି ଜୋର୍ଦାର କମ୍ବିଂ ଅପରେଶନ। ଝାଡ଼ଖଣ୍ଡ ସେରେଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀର କମ୍ବିଂ ପାଇଁ ଏହି ଅଞ୍ଚଳରେ ଆସି ପତିଆରା ଜାହିର କରୁଛନ୍ତି ମାଓବାଦୀ ବୋଲି ଅନୁମାନ କରାଯାଉଛି। ଗତ ନିର୍ବାଚନ ପୂର୍ବରୁ ବି ଏହି ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରିବା ସହ ଧମକ ମଧ୍ୟ ଦେଇଛନ୍ତି।
The post ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ… appeared first on Dharitri Odia News.