ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଗାଇଡ୍‌ଲାଇନ୍‌ରେ ରହିଛି…

ଭୁବନେଶ୍ୱର,୧୨ା୯: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ପୁନଃ ନିଯୁକ୍ତି। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀମାନେ କେଉଁ ମାନଦଣ୍ଡରେ ଚୟନ ହେବେ ସେନେଇ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ପୁନଃ ନିଯୁକ୍ତି ପାଇଁ କମିଟି ଚୟନ କରିବ। ଉକ୍ତ କମିଟିରେ ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ ଥିବା ବେଳେ ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିଛନ୍ତି। ୬୫ ବର୍ଷରୁ କମ୍‌ ଓ ଚାକିରିରେ ଭଲ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ […] The post ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଗାଇଡ୍‌ଲାଇନ୍‌ରେ ରହିଛି… appeared first on Dharitri Odia News.

ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଗାଇଡ୍‌ଲାଇନ୍‌ରେ ରହିଛି…

ଭୁବନେଶ୍ୱର,୧୨ା୯: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ପୁନଃ ନିଯୁକ୍ତି। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀମାନେ କେଉଁ ମାନଦଣ୍ଡରେ ଚୟନ ହେବେ ସେନେଇ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ପୁନଃ ନିଯୁକ୍ତି ପାଇଁ କମିଟି ଚୟନ କରିବ। ଉକ୍ତ କମିଟିରେ ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ ଥିବା ବେଳେ ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିଛନ୍ତି। ୬୫ ବର୍ଷରୁ କମ୍‌ ଓ ଚାକିରିରେ ଭଲ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ଥିବା ନିତ୍ୟାନ୍ତ ଜରୁରୀ ଅଟେ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସର ପୂର୍ବରୁ ସିସିଆର୍‌ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ।

୨୦୧୦-୧୪ ବର୍ଷ ମଧ୍ୟରେ ବିଭିନ୍ନ ଅନିବାର୍ଯ୍ୟ କାରଣରୁ ନିଯୁକ୍ତି ବିଳମ୍ବ ହେତୁ ସରକାରୀ ପ୍ରତିଷ୍ଠାନଗୁଡ଼ିକ ମାନବ ଅଭାବର ସମ୍ମୁଖୀନ ହୋଇଥିଲେ, ଯାହା ଫଳରେ ଅବଶିଷ୍ଟ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ରହିଥିଲା। ଏଭଳି ପରିସ୍ଥିତିକୁ ଦୂର କରିବା ପାଇଁ ସରକାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୭.୮.୨୪ରେ ରିଜୋଲ୍ୟୁଶନ ପ୍ରକାଶ କରିଛନ୍ତି। ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ଚୁକ୍ତିନାମା ସହିତ ବିଭିନ୍ନ ବିଭାଗ ପାଇଁ ଚୁକ୍ତିଭିତ୍ତିକ ସାମୟିକ ଭାବରେ ପାରଦର୍ଶିତା ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।

The post ପୁଣି ଚାକିରି କରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଗାଇଡ୍‌ଲାଇନ୍‌ରେ ରହିଛି… appeared first on Dharitri Odia News.