ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍ ଭୋଗିବ ପରିଣାମ
ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ ବନ୍ଧକଙ୍କୁ ମୁକ୍ତ କରାଯିବନାହିଁ, ଅର୍ଥାତ୍ ହ୍ବାଇଟ ହାଉସରେ ସେ ଦାୟିତ୍ୱ ଗ୍ରହଣ କରିବେ, ତା’ହେଲେ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଏହି ଚେତାବନୀ ଦେଇଛନ୍ତି। […] The post ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍ ଭୋଗିବ ପରିଣାମ appeared first on Dharitri Odia News.
ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ ବନ୍ଧକଙ୍କୁ ମୁକ୍ତ କରାଯିବନାହିଁ, ଅର୍ଥାତ୍ ହ୍ବାଇଟ ହାଉସରେ ସେ ଦାୟିତ୍ୱ ଗ୍ରହଣ କରିବେ, ତା’ହେଲେ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଏହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଆମେରିକା ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ଏହା କରା ନ ଯାଏ, ତେବେ ଏହା ନିଶ୍ଚିତ ଯେ ମଧ୍ୟ ପୂର୍ବରେ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଯେଉଁମାନେ ମାନବିକତା ବିରୋଧରେ ଏହି ଅତ୍ୟାଚାର କରିଛନ୍ତି ସେମାନଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା, ଯାହା ଏକ ନୂତନ ଯୁଦ୍ଧ ଆରମ୍ଭ କରିଥିଲା। ସେହି ଆକ୍ରମଣରେ ୧,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୫୦ରୁ ଅଧିକ ଲୋକ ବନ୍ଧକ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣ ହମାସରେ ବନ୍ଦୀ ଅବସ୍ଥାରେ ଅଛନ୍ତି। ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜାରେ ହମାସ ବେସକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ କରିଥିଲା। ଇସ୍ରାଏଲର ପ୍ରତିଶୋଧ ଯୋଗୁ ଗାଜାରେ ୪୫,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ହୋଇଛି।
The post ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍ ଭୋଗିବ ପରିଣାମ appeared first on Dharitri Odia News.