ପୁଣି ଟ୍ରାକ୍ରୁ ଖସିଲା ଟ୍ରେନ୍ ; ମଧ୍ୟପ୍ରଦେଶ ଜବଲପୁରରେ ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ଆତଙ୍କିତ
କନକ ବ୍ୟୁରୋ: ପୁଣି ଟ୍ରାକ୍ରୁ ଖସିଲା ଟ୍ରେନ୍ । ମଧ୍ୟପ୍ରଦେଶ ଜବଲପୁରରେ ଲାଇନ୍ଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ୍ର ୨ଟି ବଗି। ଟ୍ରେନ୍ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପଶ୍ଚିମ ମଧ୍ୟ ରେଲୱେର ସିପିଆରଓ ହର୍ଷିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ଟ୍ରେନ ଇନ୍ଦୌରରୁ ଆସୁଥିଲା । ଏହା ଜବଲପୁର ରେଲୱେ ଷ୍ଟେସନ ପାଖାପାଖି ହୋଇଯାଇଥିଲା । ତେଣୁ ଧୀମା ଗତିରେ ଆସୁଥିଲା । ଏହି ସମୟରେ ଟ୍ରେନର ଦୁଇଟି ବଗି ଟ୍ରାକ୍ରୁ ବାହାରିଯାଇଥିଲା । ଏହି ଘଟଣା ସକାଳ ୫ଟା ୫୦ ମିନିଟରେ ହୋଇଛି ।

କନକ ବ୍ୟୁରୋ: ପୁଣି ଟ୍ରାକ୍ରୁ ଖସିଲା ଟ୍ରେନ୍ । ମଧ୍ୟପ୍ରଦେଶ ଜବଲପୁରରେ ଲାଇନ୍ଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ୍ର ୨ଟି ବଗି। ଟ୍ରେନ୍ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପଶ୍ଚିମ ମଧ୍ୟ ରେଲୱେର ସିପିଆରଓ ହର୍ଷିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ଟ୍ରେନ ଇନ୍ଦୌରରୁ ଆସୁଥିଲା । ଏହା ଜବଲପୁର ରେଲୱେ ଷ୍ଟେସନ ପାଖାପାଖି ହୋଇଯାଇଥିଲା । ତେଣୁ ଧୀମା ଗତିରେ ଆସୁଥିଲା । ଏହି ସମୟରେ ଟ୍ରେନର ଦୁଇଟି ବଗି ଟ୍ରାକ୍ରୁ ବାହାରିଯାଇଥିଲା । ଏହି ଘଟଣା ସକାଳ ୫ଟା ୫୦ ମିନିଟରେ ହୋଇଛି ।