ପୁଣି ତିରୁପତିରେ ଘଟିଲା ଅଘଟଣ । ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ।
କନକ ବ୍ୟୁରୋ: ତିରୁପତି ମନ୍ଦିରରେ ପୁଣି ଘଟଲା ଅଘଟଣ । କିଛି ଦିନର ବ୍ୟବଧାନ ପରେ ପୁଣି ଆଉ ଏକ ଦୁର୍ଘଟଣା ଘଟିଛି । ସୋମବାର ତିରୁପତି ତିରୁମାଳା ଦେବସ୍ଥାନମ ମନ୍ଦିରରେ ଥିବା ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଲଡୁ କାଉଣ୍ଟରରେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏତିକି ବେଳେ ଏହା ନିକଟରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଫଳରେ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ । ପୁଣିଥିରେ ଦଳାଚକା ଭଳି ପରିସ୍ଥିତି ଦେଖାଦେଇଥିଲା ତେବେ ଏଥିରେ କେହି ମୃତାହତ ହୋନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି । ତେବେ କିଛି ଦିନ ତଳେ ହିଁ ମନ୍ଦିର ବାହାରେ ଦଳାଚକଟା ହୋଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ । ବୈକୁଣ୍ଠ ଦ୍ୱାର ଦର୍ଶନମଙ୍କ ପାଇଁ ଆଗୁଆ ଟିକଟ ବୁକ୍ କରିବା ପାଇଁ ଭକ୍ତଙ୍କ ଗହଳି ଜମିଥିଲା । ଯେଉଁଥିପାଇଁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।